ମାଟ୍ରିକ ସମ୍ମେଟିଭ ପରୀକ୍ଷା ଶେଷ

କଟକ: ସରିଲା ମାଟ୍ରିକ ସମ୍ମେଟିଭ ପରୀକ୍ଷା । ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ସାରା ରାଜ୍ୟରେ ଚାଲିଥିବା ଏହି ପରୀକ୍ଷା ଶେଷ ହୋଇଛି । ଏଥର ରାଜ୍ୟର ୩୦୨୯ ପରୀକ୍ଷା କେନ୍ଦ୍ରରେ ୫ ଲକ୍ଷ ୪୦ ହଜାର ୭୧୨ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ତେବେ ଆସନ୍ତା ୯ ତାରିଖରୁ ରାଜ୍ୟର ୫୬ଟି କେନ୍ଦ୍ରରେ ଆରମ୍ଭ ହେବ ଖାତାଦେଖା । 

ପରୀକ୍ଷା ଭଲରେ ସରିବା ପରେ ଆସନ୍ତା ୯ ତାରିଖରୁ ପରୀକ୍ଷା ଖାତା ଦେଖା ଆରମ୍ଭ ହେବ। ରାଜ୍ୟର ୫୬ଟି ପରୀକ୍ଷା କେନ୍ଦ୍ରରେ ୧୨ ହଜାର ୪୫୦ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଖାତା ଦେଖାରେ ନିୟୋଜିତ ହେବେ। ଖାତା ମୂଲ୍ୟାୟନ ୧୦ ଦିନ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରଖିଛି ବୋର୍ଡ଼ । ପ୍ରତ୍ୟେକ ଦିନ ସକାଳ ୯ଟାରୁ ଅପରାହ୍ନ ୫ ଟା ପର୍ଯ୍ୟନ୍ତ ଖାତା ଦେଖା ହେବ। ସମସ୍ତ ଖାତା ମୂଲ୍ୟାୟନ କେନ୍ଦ୍ରରେ ସିସିଟିଭି ବ୍ୟବସ୍ଥା ସହ ଖାତା ଦେଖିବାରେ ନିୟୋଜିତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମୋବାଇଲ ବାରଣ କରାଯାଇଛି । ତେବେ ଖାତା ଦେଖିବାକୁ ନିୟୋଜିତ ହୋଇଥିବା ଶିକ୍ଷକ ଶିକ୍ଷୟିତ୍ରୀ ମାନେ ୮ ତାରିଖ ଦିନ ସମ୍ପୃକ୍ତ ଖାତା ଦେଖା କେନ୍ଦ୍ର ଗୁଡିକରେ ରିପୋଟିଂ କରିବେ ବୋଲି କହିଛନ୍ତି ମାଧ୍ୟମିକ ଶିକ୍ଷା ପରିଷଦର ଉପସଭାପତି।

ଖାତା ଦେଖା ପରେ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ପରୀକ୍ଷା ଫଳ ୱେବ ସାଇଟରେ ଉପଲବ୍ଧ ହେବ।

ଚିତ୍ତରଞ୍ଜନ ସାମନ୍ତରାୟ ଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *