କିଛି ବୟାନ ବାଜି ହେଉନି। ବଦ୍ରି ଭାଇ କିଛି କହିନାହାନ୍ତି। ଦଳ ହାରିଲା ପରେ ଆଲୋଚନା ହେଉଛି କେବଳ। କାରଣ ଖୋଜା ଚାଲିଛି। ଆମ ଭିତରେ ଆଲୋଚନା ହେଉଛି। ଦଳକୁ ମଜବୁତ କରିବାକୁ ପରାମର୍ଶ ଦେଉଛନ୍ତି। ନବୀନ ବାବୁ ଙ୍କୁ ଭେଟିବା ରେ କୌଣସି ବାଧାବିଘ୍ନ ନାହିଁ। ବଦ୍ରି ବାବୁ ଦଳ ର ପୁରୁଣା ଲୋକ ସେ ଯେତେବେଳେ ଚାହିଁବେ ଭେଟିପାରିବେ। ବଦ୍ରି ବାବୁ କେବେ ଦଳ ବିରୋଧୀ କାମ କରିନାହାଁନ୍ତି କି ଦଳ ବିରୋଧୀ କଥା କରୁନାହାଁନ୍ତି। କୌଣସି ଜାଗାରେ ଆମ ଘରେ କଳି ନାହିଁ, ଆପଣ ମାନେ (ମିଡିଆ) କଳି ଲଗାଉଛି। ଆ କଥା ତାପାଖରେ ତା କଥା ୟା ପାଖରେ କହି। ଥଟ୍ଟା ମଜା ଆଲୋଚନା କୁ ଆପଣ ବିରାଟ କରି ଦେଖାଉଛନ୍ତି। ଆପଣ ମାନେ ସେମାନଙ୍କୁ କାଇଁ ପଚାରୁଛନ୍ତି। ସେମାନେ କଣ ଆପଣ ମାନଙ୍କୁ ଡାକି କହୁଛନ୍ତି ଯେ, ଆସ ମୁଁ ରାଗିଛି କହିବି ବୋଲି ଆମ ଦଳ ଭିତରେ କିଛି କନ୍ଦଳ ନାହିଁ, ଅମାନିଆ କେହି ନାହାଁନ୍ତି। ଶୃଙ୍ଖଳା ଏଯାଏ କେହି ଭାଙ୍ଗି ନାହାଁନ୍ତି। ଯାହା ଉପରେ ଆକ୍ସନ ନେବା କଥା ସଭାପତି ନେଇଛନ୍ତି।
Naxatra News is now on Whatsapp
Join and get latest news update delivered to you via whatsapp
Join Now