ଆମ୍ୱ ଟାକୁଆ ଖାଇ ୨ ଜଣଙ୍କ ମୃତ୍ୟୁ ଘଟଣା,ଏସସିବି ଆଇସିୟୁରେ ଭର୍ତ୍ତି ହେଲେ ଆଉ ୨ଜଣ

ଆମ୍ୱ ଟାକୁଆ ଖାଇ ୨ ଜଣଙ୍କ ମୃତ୍ୟୁ ଖବର ସବୁଠି ହଇଚଇ ଖେଳାଇଦେଇଥିଲା। ସଂକଟାପନ୍ନ ଅବସ୍ଥାରେ ଆଉ ୨ ଜଣ ଏସସିବି ଆଇସିୟୁରେ ଭର୍ତ୍ତି ହୋଇଛନ୍ତି। ଶବ ବ୍ୟବଛେଦ ରିପୋର୍ଟ ଓ ଖାଦ୍ୟ ନମୂନା ରିପୋର୍ଟ ଏଯାଏ ଆସିନି। ତା ସତ୍ତ୍ୱେ ଖାଦ୍ୟରେ ବିଷକ୍ରିୟାରୁ ଏଭଳି ମୃତ୍ୟୁ ହୋଇଛି ବୋଲି କହୁଛନ୍ତି ଡାକ୍ତର। ଆଉ ସେପଟେ ଭୋକ ଦାଉରୁ ଆମ୍ୱଟାକୁଆ ଖାଇ ମୃତ୍ୟୁ ଘଟିଲା ବୋଲି ବିରୋଧୀ କହୁଥିଲା ବେଳେ ସରକାର ସଫା ସଫା କହୁଛନ୍ତି, ଏହା ମିଛ। ବାସି ଖାଦ୍ୟ ଖାଇ ମରିଛନ୍ତି ଲୋକେ।

କାହିଁକି ଓ କେଉଁ ପରିସ୍ଥିତିରେ ଖାଇଲେ ଆମ୍ୱଟାକୁଆ। ଅଭାବୀ ପେଟ ପାଇଁ ଆମ୍ୱଟାକୁଆ ଖାଇଥିଲେ ନା ଏହା ଥିଲା ତାଙ୍କର ନିୟମିତ ଖାଦ୍ୟ। ଆମ୍ୱଟାକୁଆରୁ ପ୍ରସ୍ତୁତ ଜାଉ ଖାଇ ୨ ଜଣଙ୍କ ମୃତ୍ୟୁ ପରେ ଏହାର ତନାଘନା ଆରମ୍ଭ ହେଲାଣି କେବେଠୁ। କିନ୍ତୁ କୌଣସି ନିଷ୍କର୍ସରେ ପହଞ୍ଚିପାରିନି ଏଯାଏ ସ୍ୱାସ୍ଥ୍ୟ ବିଭାଗ। ଶବ ବ୍ୟବଛେଦ ରିପୋର୍ଟ ଓ ଖାଦ୍ୟ ନମୂନା ରିପୋର୍ଟକୁ ଅପେକ୍ଷା ରହିଛି। ଏହାରି ଭିତରେ ଆଉ ୨ ଜଣଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ଏସସିବିର ଆଇସିୟୁରେ ଭର୍ତ୍ତି ହୋଇଛନ୍ତି। ୨ ଜଣଙ୍କ ଲିଭର ଓ ମଲଟି ଅର୍ଗାନ୍ ଫେଲ୍ ହୋଇଛି। ଅଧିକ ଦିନ ରଖି ଆମ୍ୱଟାକୁଆ ଖାଇଥିବାରୁ ଏହା ବିଷାକ୍ତ ହୋଇଗଲା ବୋଲି କହିଛି ସ୍ୱାସ୍ଥ୍ୟ ବିଭାଗ। ଏମକେସିଜିରେ ଚିକିତ୍ସିତ ୪ ଜଣଙ୍କ ଅବସ୍ଥା ଭଲ ଅଛି। ପ୍ରଥମ ୨ ଜଣଙ୍କ ମୃତ୍ୟୁ ଏହି କାରଣରୁ ହୋଇଥିଲା।

ସେପଟେ ରାସନ ସାମଗ୍ରୀ ମିଳିନଥିବାରୁ ବାଧ୍ୟ ହୋଇ ଆମ୍ୱଟାକୁଆରୁ ପ୍ରସ୍ତୁତ ଜାଉ ଖାଇ ଏଭଳି ଘଟିଲା। କିନ୍ତୁ ସରକାର ଏହାକୁ ଘଣ୍ଟ ଘୋଡ଼ାଇବାକୁ ଚେଷ୍ଟା କରୁଛନ୍ତି ବୋଲି ବିରୋଧୀ ଆରୋପ ଜାରି ରଖିଛନ୍ତି। ଅକ୍ଟୋବରରୁ ଡିସେମ୍ୱର ପାଇଁ ଚାଉଳ ନଭେମ୍ୱର ୨ରେ ଦିଆଯାଇଛି। ଏଥିରୁ ସ୍ପଷ୍ଟ ଅକ୍ଟୋବରର ରାସନ ମାସେ ବିଳମ୍ୱରେ ଦିଆଗଲା। ଏହା ଅପରାଧିକ ପଦକ୍ଷେପ। ଯୋଗାଣ ମନ୍ତ୍ରୀ ଇସ୍ତଫା ଦିଅନ୍ତୁ। ଆଉ ଯୋଗାଣ ମନ୍ତ୍ରୀ କହିଛନ୍ତି, ଆମ୍ୱଟାକୁଆ ଅପ୍ରସଙ୍ଗ। ଚାଉଳ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ୍ ଥିଲା। ଆମ୍ୱଟାକୁଆ ପାରମ୍ପରିକ ଖାଦ୍ୟ। ଖାଇବାକୁ ମନା କଲେ ମାନନ୍ତିନି। ଚାଉଳ ଅଭାବରୁ ନୁହେଁ, ବରଂ ବାସି ଖାଦ୍ୟ ଖାଇ ମୃତ୍ୟୁ ହୋଇଛି।

ଆଉ ୨ ଆକ୍ରାନ୍ତଙ୍କ ଅବସ୍ଥା ସଂକଟାପନ୍ନ ସ୍ଥିତିରେ। ଏଣେ ରାସନକୁ ନେଇ ଆରୋପ ପ୍ରତ୍ୟାରୋପ ରାଜନୀତି ତେଜିବାରେ ଲାଗିଛି। ଦାରିଙ୍ଗବାଡି ବ୍ଲକ ମଣ୍ଡିପଙ୍କା ଗାଁରେ ବିଷାକ୍ତ ଆମ୍ୱ ଟାକୁଆ ଖାଇ ମୃତ୍ୟୁ ଘଟଣା ଚାରିଆଡ଼େ ହଇଚଇ ଖେଳାଇଦେଇଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *