ସିପିଆଇର ପ୍ରାକ୍ତନ ରାଜ୍ୟ ସମ୍ପାଦକ ଓ ଦିବଙ୍ଗତ ସାଂସଦ ଲୋକନାଥ ଚୌଧୁରୀଙ୍କ ସ୍ମରଣ ସଭା

Spread the love

ଜୟପୁର : ଆଜି ସ୍ଥାନୀୟ ଶ୍ରମିକ କର୍ମଚାରୀ ଭବନଠାରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ପୂର୍ବତନ ରାଜ୍ୟ ସମ୍ପାଦକ, ଦିବଙ୍ଗତ ବରିଷ୍ଠ ସାଂସଦ ତଥା ମହାନ୍ ଜନନାୟକ ଲୋକନାଥ ଚୌଧୁରୀ ଙ୍କ ସ୍ମୃତି ରେ ଏକ ସ୍ମରଣ ସଭା ସିପିଆଇ ଜିଲ୍ଲା ସମ୍ପାଦକ ଶ୍ରୀ ଯୁଧିଷ୍ଠିର ରାଉଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ସ୍ମୃତି ଚାରଣ କରି ସିପିଆଇ ରାଜ୍ୟ କାର୍ଯ୍ୟକାରି କମିଟି ସଭ୍ୟ ଶ୍ରୀ ପ୍ରମୋଦ କୁମାର ମହାନ୍ତି କହିଥିଲେ ଯେ ମହାନ୍ ଜନନାୟକ ଲୋକନାଥ ବାବୁ କେବଳ ଜଗତସିଂହପୁର କିମ୍ବା ଉପକୁଳ ଅଂଚଳର ଜନସମସ୍ୟା ନେଇ ଲଢୁ ନଥିଲେ । ସେ ସମଗ୍ର ରାଜ୍ୟର ଜନତାଙ୍କ ପାଇଁ ବିଧାନସଭା, ସଂସଦ ଓ ବାହାରେ ସାଧାରଣ ଜନତା ର ସ୍ୱରକୁ ଶାଣିତ କରିଛନ୍ତି । ତାର ବାସ୍ତବ ଉଦାହରଣ ହେଉଛି ଅବିଭକ୍ତ କଳାହାଣ୍ଡି, ବଲାଙ୍ଗୀର ଓ କୋରାପୁଟ ଜିଲ୍ଲାର ଜନ ସମସ୍ୟା ନେଇ ସେ ପାର୍ଲ୍ୟାମେଂଟରେ ସ୍ୱର ଉତୋଳନ କରିଥିଲେ ଏବଂ ତାଙ୍କ ସହ ପଶ୍ଚିମ ବଙ୍ଗର ମହାନ୍ ନେତ୍ରୀ ଗୀତା ମୁଖାର୍ଜୀ ପୂର୍ବତନ ପ୍ରଧାନମନ୍ତ୍ରୀ ମାନ୍ୟବର ନରସିଂହା ରାଓ ଙ୍କ ସରକାର ଙ୍କୁ ସ୍ୱତନ୍ତ୍ର ଆଲୋଚନା ପାଇଁ ନୋଟିସ୍ ଦେଇଥିଲେ । ଆଲୋଚନା ନହେଲେ ଅନଶନ କରିବାକୁ ଚେତାବନୀ ଦେଇଥିଲେ । ଏଥିପାଇଁ ସ୍ୱତନ୍ତ୍ର ଆଲୋଚନା ହେଲା , ଲୋକନାଥ ବାବୁଙ୍କ ନେତୃତ୍ୱରେ ଏକ ସଂସଦୀୟ ଦଳ ଏ ତିନି ଜିଲ୍ଲା କୁ ଆସି ରିପୋର୍ଟ ନେଲେ ଏବଂ ତାରି ଭିତିରେ କେବିକେ ପ୍ରକଳ୍ପ ଘୋଷିତ ହେଲା । ଜିଲ୍ଲା ର ବିକାଶ ପାଇଁ ସ୍ୱତନ୍ତ୍ର ଆର୍ôଥକ ପ୍ୟାକେଜ ଘୋଷଣା ହେଲା । ଏଣୁ ଲୋକନାଥ ବାବୁଙ୍କ ପ୍ରଦର୍ଶିତ ପଥରେ ବାମପନ୍ଥୀ ଗଣତାନ୍ତ୍ରିକ ଆନ୍ଦୋଳନକୁ ଆଗକୁ ମଜବୁତ୍ କରିବା ପାଇଁ ଆହ୍ୱାନ ଦେଇଥିଲେ ।

Leave a Reply

Your email address will not be published. Required fields are marked *