ମେମୁ ଟ୍ରେନ ଦୁର୍ଘଟଣା, ନିଲମ୍ବିତ ହେଲେ ଷ୍ଟେସନ ମାଷ୍ଟର ଓ ପଏଣ୍ଟମ୍ୟାନ

Spread the love

ମେମୁ ଟ୍ରେନ ଦୁର୍ଘଟଣା | ନୀଳଗିରି ରୋଡରେ ଟ୍ରେନ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିବା ଘଟଣା କାର୍ଯ୍ୟରେ ଅବହେଳା ପାଇଁ ୨ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଥିବା ବେଳେ ଷ୍ଟେସନ ମାଷ୍ଟର, ପଏଣ୍ଟମ୍ୟାନଙ୍କୁ ନିଲମ୍ବନ କରାଯାଇଛି |ଖଡଗପୁର ରେଳ ଡିଭିଜନ ଏ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି | ଖଡଗପୁର ଡିଭିଜନର ସିନିୟର ଡିସିଏମ ଏନେଇ ସୂଚନା ଦେଇଛନ୍ତି ସେମାନେ ଟ୍ରେନ୍‌ଟି ଲୁପ୍‌ ଲାଇନ୍‌ରେ ଯାଉଥିବା ଏବଂ ନିଶ୍ଚିତ ଦୁର୍ଘଟଣା ହେବା ଜାଣି ଏମର୍‌ଜେନ୍‌ସି ବ୍ରେକ୍‌ ଲଗାଇଥିଲେ। ଫଳରେ ଟ୍ରେନ୍‌ଟି ଜୋର୍‌ ଶବ୍ଦ କରି ଅଟକିଥିଲା। ଯାତ୍ରୀମାନେ ପରସ୍ପର ଧକ୍କା ହୋଇଥିଲେ। ହଠାତ୍‌ କଣ ହେଲା, କେହି କିଛି ବୁଝିପାରି ପାରି ନଥିଲେ। ଭୟରେ ସମସ୍ତ ଯାତ୍ରୀ ଟ୍ରେନ୍‌ରୁ ଓହ୍ଲାଇ ପଡ଼ିଥିଲେ। ଷ୍ଟେସନ୍‌ ମାଷ୍ଟର ଶରତ ଚନ୍ଦ୍ର ସେଠୀ ଓ କର୍ମଚାରୀଙ୍କ ସହ ପାଇଲଟ୍‌ ସ୍ଥିତି ଅନୁଧ୍ୟାନ କରିଥିଲେ। ସେହିପରି ପ୍ରାୟ ଅଧଘଣ୍ଟା ମଧ୍ୟରେ ବାଲେଶ୍ବର ରୁ ୪ ଜଣିଆ ଟେକ୍‌ନିକାଲ୍‌ ଟିମ୍‌ ମଧ୍ୟ ପହଞ୍ଚିଥିଲା ଏବଂ ଘଟଣାର ତଦାରଖ କରିଥିଲା। ପରେ ପାଇଲଟ୍‌ ଟ୍ରେନ୍‌ ପଛକୁ ନେଇ ମେନ୍‌ ଲାଇନ୍‌କୁ ଆଣିଥିଲେ |

Leave a Reply

Your email address will not be published. Required fields are marked *