ପିଲାଙ୍କ ମିଡ୍‌ଡେ ମିଲ୍‌ରୁ ଗାୟବ ଅଣ୍ଡା

ମାଲକାନାଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକର ସ୍ୱାଭିମାନ ଅଞ୍ଚଳରେ ପିଲାଙ୍କ ଏମ.ଡି.ଏମ ଖାଇବା ସହ ହେଉଛି ସାଙ୍ଘାତିକ ଖେଳ । ମିଡଡେ ମିଲରୁ ଗାୟବ୍ ହୋଇ ଯାଉଛି ଅଣ୍ଡା । ସରକାରଙ୍କର ଗାଇଡ ଲାଇନ ଅନୁସାରେ ପିଲାଙ୍କୁ ଦିଆ ଯାଉନାହିଁ ଖାଦ୍ୟ । ଏଭଳି କିଛି ଚିତ୍ର ଦେଖିବାକୁ ମିଳିଛି ସ୍ୱାଭିମାନ ଅଞ୍ଚଳର ଅଣ୍ଡ୍ରାପାଲି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ।

ସରକାରୀ ଗାଇଡ ଲାଇନ ଅନୁସାରେ ସ୍କୁଲ କାନ୍ଥରେ ଏମ୍.ଡି.ଏମ ଚାର୍ଟ ଲଗା ଯାଇଛି । ଯେଉଁଠାରେ ସୋମବାର ଦିନ ପିଲାଙ୍କୁ ଭାତ, ଡାଲି, ଅଣ୍ଡା ତରକାରି ଦେବା ନିୟମ ରହିଛି। ହେଲେ ପିଲା ମାନଙ୍କୁ କେବଳ ଭାତ ଡାଲି ହିଁ ଖାଇବାକୁ ଦେଉଛନ୍ତି ବିଦ୍ୟାଳୟର କର୍ତୃପକ୍ଷ। ନା ଅଛି ଅଣ୍ଡା ନା ଅଛି କିଛି ତରକାରୀ। କେବଳ ଭାତ, ଡାଲି ଖାଇ ପିଲା ରହୁଛନ୍ତି। ପିଲା ପଚାରିବାରୁ ଅଣ୍ଡା ନାହିଁ ବୋଲି କହି ସିଧାସିଧା ମନା କରିଦଉଛନ୍ତି ବିଦ୍ୟାଳୟ କର୍ମଚାରୀ। ପଛୁଆ ଅଞ୍ଚଳ ହୋଇଥିବା ଯୋଗୁଁ କୌଣସି ଶିକ୍ଷା ଅଧିକାରୀଙ୍କର ପାଦ ପଡୁ ନାହିଁ। ଯାହାଫଳରେ ବିଦ୍ୟାଳୟ କର୍ମଚାରୀ ନିଜ ମନ ମୁତାବକ କାମ କରୁଥିବା ଦେଖିବାକୁ ମିଳୁଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *