ନିଖୋଜ ୪ ଜଣଙ୍କ ମୃତଦେହ ଉଦ୍ଧାର

Spread the love

ନବରଙ୍ଗପୁର: ନବରଙ୍ଗପୁର ତହସିଲର ସୁପରଭାଇଜର ସପନ ସରକାର, ତାଙ୍କ ପତ୍ନୀ, ଶଳା ଓ ପଡୋଶୀ ନିଖୋଜ ହୋଇନ ଥିଲେ। ଗଛରେ ସେମାନଙ୍କ କାର ପିଟ ହୋଇ ସେଠାରେ ଥିବା ପରିତ୍ୟକ୍ତ କୂଅ ଭିତରକୁ ଖସି ଯାଇଥିବା ସୋମବାର ଜଣାପଡିଛି। ନିଖୋଜ ଘଟଣାର ୩ ଦିନ ପରେ ପଦାକୁ ଆସିଛି ଏହି ହୃଦୟ ବିଦାରକ ତଥ୍ୟ। ଏହି ୪ ଜଣଙ୍କ ନିଖୋଜ ନେଇ ଅଭିଯୋଗ ହୋଇଥିଲା। କାରକୁ କୂଅରୁ ଉଦ୍ଧାର କରାଯାଇଛି। କାର ଭିତରୁ ୪ ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। କାରର ଚକ ଫାଟିବାରୁ ଏହା ରାସ୍ତାକଡର ଏକ ଗଛରେ ବାଡେଇ ହୋଇ କୂଅକୁ ଖସି ପଡିଥିଲା।

ଏହି ଚାରି ଜଣ ଛତିଶଗଡ଼ର କାଙ୍କେରକୁ ଏକ ବିବାହ ଉତ୍ସବରୁ ଶନିବାର ରାତିରେ ଫେରୁଥିଲେ କୋଣ୍ଡାଗାଁ ଅଭିମୁଖେ। କୋଣ୍ଡାଗାଁରେ ସପନ ସରକାରଙ୍କ ଶାଳକଙ୍କ ଘର ହୋଇଥିବାରୁ ରାତିରେ ସେଠାରେ ରହି ପରଦିନ ନବରଙ୍ଗପୁର ଆସିଥାନ୍ତେ। ଅନ୍ୟ ୩ଟି ଗାଡିରେ ଅନ୍ୟ ସମ୍ପର୍କୀୟ ଆସୁଥିବା ବେଳେ ସପନ ତାଙ୍କ କାର୍ ଚଲାଉଥିଲେ। କୋଣ୍ଡାଗାଁରେ ଅନ୍ୟମାନେ ପହଞଚିବା ପରେ ସପନଙ୍କୁ ଫୋନ କରିଥିଲେ ମଧ୍ୟ ତାଙ୍କ ଫୋନ ସହ ଅନ୍ୟମାନଙ୍କ ଫୋନ ଅଫ ଆସିଥିଲା। ସମସ୍ତଙ୍କ ଫୋନ ସ୍ବିଚଅଫ ଥିବାରୁ ସେମାନଙ୍କୁ ନକ୍ସଲ କି ଅନ୍ୟ କେହି ଅପହରଣ କରି ନେଇଥିବା ସନ୍ଦେହ ହୋଇଥିଲା। ଏନେଇ କତୁଆଲି ଥାନାରେ ଅଭିଯୋଗ ହୋଇଥିଲା। ୨ ଦିନ ଧରି ପୁଲିସ ସେମାନଙ୍କୁ ଖୋଜାଖୋଜି କରିଥିଲେ ମଧ୍ୟ ସେମାନଙ୍କ ପତ୍ତା ମିଳି ନ ଥିଲା।  

ସୋମବାର ସକାଳେ କାଙ୍କେର ନିକଟ  ରାସ୍ତାକଡ଼ରେ ଥିବା ଏକ ଖଜୁରୀ ଗଛ ଭାଙ୍ଗି ପଡ଼ିଥିବା ଦେଖି ପୁଲିସ୍‌ର ସନ୍ଦେହ ହୋଇଥିଲା। ତେଣୁ ସେମାନେ ସେଠାରେ ଖୋଜାଖୋଜି କରିବା ପରେ ଖଜୁରୀ ଗଛ ନିକଟରେ ଏକ ଧାନ ବିଲରେ ଥିବା ପରିତ୍ୟକ୍ତ କୂଅରେ କାର୍‌ଟିଏ ପଡ଼ିଥିବା ଦେଖିବାକୁ ପାଇଥିଲେ। କ୍ରେନ୍ ସାହାଯ୍ୟରେ ପୁଲିସ୍ କାର୍‌ଟିକୁ କୂଅରୁ ବାହାର କରିଥିଲା। କାର୍ ଭିତରୁ ସପନ ସରକାର ଓ ଅନ୍ୟ ତିନି ଜଣଙ୍କ ମୃତଦେହ ମିଳିଥିଲା। 

Leave a Reply

Your email address will not be published. Required fields are marked *