ଜଳିଗଲା ମୋ ବସ୍

Spread the love

ରାଉରକେଲା : ରାଉରକେଲା ସହରର ଟିସିଆଇ ଛକ ନିକଟରେ ଗତକାଲି ପୂର୍ବାହ୍ନ ପ୍ରାୟ ୧୦ଟା ୧୫ ମିନିଟ୍ ସମୟରେ ବେଦବ୍ୟାସ ଅଭିମୁଖେ ଯାଉଥିବା ମୋ ବସ୍ ରେ ନିଆଁ ଲାଗି ବସ୍ ଟି ସମ୍ପୂର୍ଣ୍ଣ ଜଳି ଯାଇଛି । ଏହି ବସ୍ ଟି ଆଜି ବେଦବ୍ୟାସ ପୋଲ ଅତିକ୍ରମ କରିବା ପରେ ହଠାତ୍ ଇଞ୍ଜିନ୍ ପାଖରୁ ଧୂଆଁ ବାହାରିବା ଦେଖିବାକୁ ମିଳିଥିଲା । ତେବେ ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବସ୍ ଟିକୁ ସେ ରାସ୍ତା କଡ଼କୁ ନେଇ ପାର୍କିଂ କରିବା ସହ ଯାତ୍ରୀ ମାନଙ୍କୁ ତୁରନ୍ତ ବସ୍ ରୁ ତଳକୁ ଓହ୍ଲାଇ ଯିବାକୁ କହିଥିଲେ । ଫଳରେ ବସ୍ ରେ ଥିବା ଯାତ୍ରୀ ଓ କର୍ମଚାରୀ ମାନେ ଏକ ବଡ ଧରଣର ଅଘଟଣରୁ ବର୍ତି ଯାଇଥିଲେ । ତେବେ ବସ୍ ଟି ଧୂଆଁ ବାହାରିବାର କିଛି ସମୟ ପରେ ହୁତୁ ହୁତୁ ହୋଇ ଜଳିବା ଆରମ୍ଭ ହୋଇଥିଲା । ଖବର ପାଇ ରାଉରକେଲା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିଥିଲା । ବେଦବ୍ୟାସ ପୋଲିସ ଏନେଇ ଛାନଭିନ୍ ଚଳାଇଛି । ତେବେ ମାତ୍ର ୩ରୁ ୪ ମାସ ତଳେ ଆସିଥିବା ଏହି ନୂଆ ବସ୍ ଟିରେ କିଭଳି ଓ କେଉଁ କାରଣରୁ ନିଆଁ ଲାଗିଲା ସେନେଇ ତଦନ୍ତ ଆରମ୍ଭ ହୋଇଛି ।

Leave a Reply

Your email address will not be published. Required fields are marked *