କକା କୁ ହତ୍ୟା କଲା ପୁତୁରା

କେନ୍ଦୁଝର ସଦର ଥାନା ତଳକଇଁସାରୀ ଗାଁରେ ଚାଞ୍ଚଲ୍ୟ । ପାରିବାରିକ କଳହର କରୁଣ ପରିଣତି । ସମ୍ପର୍କୀୟ କକା ହରି ଦେହୁରୀକୁ ନୃଶଂସ ଭାବେ ହତ୍ୟା କଲା ପୁତୁରା କବି ଦେହୁରୀ । ପୂର୍ବ କଳହରୁ ପୁତୁରାର ଟାଙ୍ଗିଆ ଚୋଟରେ କକା ମୃତ । କଟାମୁଣ୍ଡକୁ ଧରି ଶୁଆକାଟି ଫାଣ୍ଡିରେ ପହଞ୍ଚିଲା ପୁତୁରା । ସୂଚନା ଅନୁଯାୟୀ, ଭଭୟ କକା ଓ ପୁତୁରାଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଶତୃତା ଲାଗି ରହିଥିଲା । ହରି ଦେହୁରୀ ଦଣ୍ଡ ଯାତ୍ରା ଦେଖିବାକୁ ଯାଇଥିବା ବେଳେ ପୁତୁରା କବି ଦେହୁରୀ ତାଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲେ । ଫଳରେ ଗଣ୍ଡିରୁ ମୁଣ୍ଡ ଅଲଗା ହୋଇ ଯାଇଥିଲା । କଟାମୁଣ୍ଡକୁ ଏକ ବ୍ୟାଗ୍ ରେ ପୁରାଇ ହତ୍ୟାକାରୀ ପୁତୁରା କବି ଦେହୁରୀ ଶୁଆ କାଟୀ ଫାଣ୍ଡିରେ ଆତ୍ମସମର୍ପଣ କରିଛି । ଘଟଣାସ୍ଥଳରେ ସଦର ଥାନାଧିକାରୀ ପହଞ୍ଚି ଘଟଣାର ଅନୁସନ୍ଧାନ ଜାରି ରଖିଛନ୍ତି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *