ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ କୁଇ ଓ ଦେଶିଆ ଭାଷାର ଜାତୀୟ କର୍ମଶାଳା ଉଦଯାପିତ

Spread the love

ଜୟପୁର : ଏନଇପି-୨୦୨୦ ଅନୁଯାୟୀ କୁଇ ଏବଂ ଦେଶିଆ ଭାଷାଭାଷୀ ଶିକ୍ଷାର୍ଥୀମାନଙ୍କୁ ସେମାନଙ୍କ ମାତୃଭାଷାରେ ପ୍ରାରମ୍ଭିକ ଶିକ୍ଷା କହିବା, ପଢ଼ିବା, ବୁଝିବା ଓ ଲେଖିବାର ଉଦ୍ଦେଶ୍ୟ ନେଇ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କରିବାକୁ ରାଷ୍ଟ୍ରୀୟ ଶୈକ୍ଷିକ ଅନୁସନ୍ଧାନ ଓ ପରୀକ୍ଷଣ ପରିଷଦ, ଆଂଚଳିକ ଶିକ୍ଷା ପ୍ରତିଷ୍ଠାନ (ଜଓଋ), ଭୁବନେଶ୍ୱର ଏବଂ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ମିଳିତ ଉଦ୍ୟମରେ ଏକ ପାଞ୍ଚଦିନିଆ ଜାତୀୟ କର୍ମଶାଳା ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପରିସରରେ ଆଜି ତା ୦୨ ଜୁନ ୨୦୨୩ ରେ ଉଦଯାପିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟର ମାନ୍ୟବର କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ ଆନୁଷ୍ଠାନିକ ଭାବରେ ଏହି କର୍ମଶଳାକୁ ଉଦଯାପିତ କରିଛନ୍ତି । ମାନ୍ୟବର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହି ମହାନ ପଦକ୍ଷେପରେ ସହଯୋଗ ଓ ମାର୍ଗଦର୍ଶନ ପାଇଁ ସେ ଏନସିଇଆରଟିର ନିର୍ଦ୍ଦେଶକ ପ୍ରଫେସର ଦୀନେଶ ପ୍ରସାଦ ସାକଲାନୀ ଏବଂ ଆରଆଇଇର ଅଧ୍ୟକ୍ଷ ପ୍ରଫେସର ପ୍ରକାଶ ଚନ୍ଦ୍ର ଅଗ୍ରୱାଲଙ୍କୁ ଧନ୍ୟବାଦ ଜଣାଇଥିଲେ ।

ଡ. ବସନ୍ତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳାରେ ଡ. ମହେନ୍ଦ୍ର କୁମାର ମିଶ୍ର ଓ ଶିବଶଙ୍କର ପଟ୍ଟନାୟକଙ୍କ ତତ୍ୱାବଧାନରେ କୁଇ ଓ ଦେଶୀ ଭାଷାରେ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କରାଯାଇଥିଲା ।

ଜାତୀୟ କର୍ମଶାଳାର ସାରାଂଶ : ପାଠ୍ୟ ପୁସ୍ତକ ପ୍ରସ୍ତୁତ କରାଯିବା ସମୟରେ କୁଇ ଓ ଦେଶିଆ ଭାଷାରେ ଶ୍ରବଣ, କଥନ, ପଠନ ଓ ଲିଖନ କୁ ଗୁରୁତ୍ୱ କୁଇ ଓ ଦେଶୀ ଭାଷାରେ ଶିଶୁ ଅନୁକୂଳ ସ୍ୱର ଓ ବ୍ୟଞ୍ଜନର ଶବ୍ଦଭଣ୍ଡାରର ଏକ ତାଲିକା ଉପଯୁକ୍ତ ଉଦାହରଣ ସହ ପ୍ରସ୍ତୁତ କରାଯାଇଛି । କୁଇ ଭାଷାରେ ସ୍ୱରବର୍ଣ ଓ ବ୍ୟଞ୍ଜନ ବର୍ଣକୁ ନେଇ ପାଠ ଗୁଡ଼ିକ ସହଜରୁ କଠିନ କ୍ରମରେ ପ୍ରସ୍ତୁତ କୁଇ ଓ ଦେଶିଆ ଭାଷାରେ ଦୁଇଟି ବର୍ଣମାଳା ବହି ପ୍ରାଥମିକ ଶ୍ରେଣୀ ନିମନ୍ତେ ପ୍ରସ୍ତୁତ ପ୍ରାଥମିକ ଶ୍ରେଣୀ ପାଇଁ କୁଇ ଏବଂ ଡେସିଆ ଭାଷାରେ ଦୁଇଟି ଅକ୍ଷର ପୁସ୍ତକ ପ୍ରସ୍ତୁତ । ଏହାବ୍ୟତୀତ ଚିତ୍ର ଗୁଡ଼ିକୁ ମଧ୍ୟ ଉପଯୁକ୍ତ ଭାବେ ଉପସ୍ଥାପନ କରାଯାଇଥିଲା । କୁଇ ଓ ଦେଶିଆ ଭାଷାଭାଷୀ ସ୍ଥାନୀୟ ଲୋକଙ୍କୁ ନେଇ ଏହି ବହିର ପରୀକ୍ଷଣ ପ୍ରାଥମିକ ସ୍ତରରେ ବିଭିନ୍ନ ପରୀକ୍ଷଣ ପରେ ବହିର ସଂଶୋଧନ ଓ ଯୋଗ ବିୟୋଗ କାମ କରାଯିବ ପାଠ୍ୟ ପୁସ୍ତକ ପ୍ରସ୍ତୁତ କରାଯିବା ସମୟରେ କୁଇ ଓ ଦେଶିଆ ଭାଷାରେ ଶ୍ରବଣ, କଥନ, ପଠନ ଓ ଲିଖନ କୁ ଗୁରୁତ୍ୱ ଏହି ଅବସରରେ ସେମିଳିଗୁଡାର କୁଇ ସମାଜର ସଦସ୍ୟମାନେ ବିଶ୍ୱବିଦ୍ୟାଳୟ ପରିଦର୍ଶନ କରି କମିଟି ସଦସ୍ୟମାନଙ୍କ ସହ ଆଲୋଚନା କରିଥିଲେ । ସେମାନେ ହେଲେ ସଭାପତି ହାବିକା ରବି; ସଚିବ, ବିଜ୍ଞାନ ସାନ୍ତା, ବିଶ୍ୱନାଥ ଦିଶାରୀ, ସନା ଜାନୀ, ବିନୋଦ ମାଣ୍ଡିଙ୍ଗି, ଦାମୋଦର ଜାନୀ, ଅନିଲ ସାରିକା, ରୁଦ୍ର ସାନ୍ତା, ଶ୍ୟାମ ସୁନ୍ଦର ପୂଜାରୀ, ଶ୍ରୀଧର ଜାନୀ, ହୁଲକା ସୁନାମ ଜାନୀ ଓ ସନା ଜାନୀ ।

ସୂଚନାଯୋଗ୍ୟ, ଭୁବନେଶ୍ୱର ଆଂଚଳିକ ଶିକ୍ଷା କେନ୍ଦ୍ର ପକ୍ଷରୁ କୁଇ ଓ ଦେଶୀ ଭାଷାରେ ପାଠ୍ୟପୁସ୍ତକ ପ୍ରସ୍ତୁତ କରିବା ପାଇଁ କୁଇ ଓ ଦେଶୀ ଭାଷା ବିଶେଷଜ୍ଞଙ୍କୁ ନେଇ ଦୁଇଟି କମିଟି ଗଠନ କରାଯାଇଥିଲା । କୁଇ ଭାଷାରେ ପାଠ୍ୟପୁସ୍ତକ ପ୍ରସ୍ତୁତି କମିଟିରେ ଡ. ପରମାନନ୍ଦ ପଟେଲ, ଡ. ଦିଲେଶ୍ୱର ରଣା, ଡ. ଗୋବିନ୍ଦ ଚନ୍ଦ୍ର ପେଣ୍ଠାଇ, ସୁରେଶ ଖୋରା, ବୀରେନ୍ଦ୍ର ମାଙ୍ଗୀ, ସନା ସାନ୍ତା, ହନକ ତାଡିଙ୍ଗୀ ଓ ତ୍ରିନାଥ ଖୋରା ସଦସ୍ୟ ଅଛନ୍ତି ।

ଅପରପକ୍ଷରେ ଦେଶୀଆ ଭାଷାରେ ପାଠ୍ୟପୁସ୍ତକ ପ୍ରସ୍ତୁତି କମିଟିରେ ଡାକ୍ତର ରାଜେନ୍ଦ୍ର ପାଢ଼ୀ, ଡ. ଗୋପବନ୍ଧୁ ମହାନ୍ତି, ଡ. କପିଳା ଖେମଣ୍ଡୁ, ଡ. ରୁଦ୍ରାଣୀ ମହାନ୍ତି, ସୋମନାଥ ଅମାନତ୍ୟା, ଗୀତାଞ୍ଜଳି ପୂଜାରୀ, ନାରାୟଣ ମାଝୀ, ଗୋବିନ୍ଦ କୁମ୍ଝରିଆ ଓ ସୁରେନ୍ଦ୍ର ତନ୍ତୀ ପ୍ରମୁଖ ସଦସ୍ୟ ଥିଲେ । ଏହି ଅବସରରେ ଜୟପୁର ସ୍ଥିତ ଡିଏଆଇଟିର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. ଯୁଗଳ କିଶୋର ମିଶ୍ର ଓ ବିଶ୍ୱବିଦ୍ୟାଳୟର ଜନସମ୍ପର୍କ ଅଧିକାରୀ ଡ. ଫଗୁନାଥ ଭୋଇ ଉପସ୍ଥିତ ଥିଲେ । ପରବର୍ତୀ କର୍ମଶାଳା କୋରାପୁଟସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଆୟୋଜନ କରାଯାଇ କାର୍ଯ୍ୟକୁ ଚୂଡ଼ାନ୍ତ ରୂପ ଦିଆଯିବ ବୋଲି ଫଗୁନାଥ ଭୋଇ, ଜନ ସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *