ନୟାଗଡ ମାଓବାଦୀ ଆକ୍ରମଣକୁ ପୁରିଛି ୧୫ ବର୍ଷ 

Spread the love

ନୟାଗଡ: ନୟାଗଡ ମାଓବାଦୀ ଆକ୍ରମଣକୁ ପୁରିଛି ୧୫ବର୍ଷ  । ୨୦୦୮ମସିହା ଫେବ୍ରୁଆରୀ ୧୫ l ସାରା ରାଜ୍ୟକୁ ସ୍ତବ୍ଧ କରିଦେଇଥିବା ସେହି କାଳରାତିର ଘଟଣା l ମନେପଡିଲେ ଏବେବି ଜିଲ୍ଲାବାସୀଙ୍କ ଲୋମ ଟାଙ୍କୁରି ଉଠେ । ଜିଲ୍ଲାର ୬ଟି ସ୍ଥାନରେ ତାଣ୍ଡବ ରଚିଥିଲେ ୨ଶହରୁ ଉର୍ଦ୍ଧ ମାଓବାଦୀ । ମାଓବାଦୀଙ୍କ ଆକ୍ରମଣରେ ଜଣେ ସାଧାରଣ ଲୋକଙ୍କ ସମେତ ଚାଲିଯାଇଥିଲା ୧୫ଜଣଙ୍କ ପୁଲିସ କର୍ମଚାରୀଙ୍କ ଜୀବନ  ।

୨୦୦୮ ଫେବ୍ରୁଆରୀ ୧୫ । ୨ଶହରୁ ଉର୍ଦ୍ଧ ମାଓବାଦୀ ନୟାଗଡ ଜିଲ୍ଲାର ୬ଟି ସ୍ଥାନରେ ରଚିଥିଲେ ତାଣ୍ଡବ। ଏଥିରେ ଯାଇଥିଲା ୧୫ ଜଣଙ୍କ ଜୀବନ । ଏ ହେଉଛି ନୟାଗଡ ଥାନା ଆକ୍ରମଣ ପରର ଚିତ୍ର  । ମାଓବାଦୀ ମାନେ ଏକ ସମୟରେ ଜିଲ୍ଲାର ୬ଟି ସ୍ଥାନରେ କରିଥିଲେ ଆକ୍ରମଣ ।  ଗୁଳି ଏବଂ ବୋମା ମାଡରେ ଥରି ଉଠିଥିଲା ସମଗ୍ର ଜିଲ୍ଲା ।  ରିଜର୍ଭ ଅଫିସ, ନୟାଗଡ ଥାନା, ଅସ୍ତ୍ରାଗାର, ମହିପୁର ଫାଣ୍ଡି, ନୂଆଗାଁ ଓ ଦଶପଲ୍ଲା ଥାନାରେ ଆକ୍ରମଣ କରିବା ସହ ନୟାଗଡ ଅସ୍ତ୍ରାଗାରରୁ ଲୁଟି ନେଇଥିଲେ ଶହଶହ ଅସ୍ତ୍ର-ଶସ୍ତ୍ର ।  ଅତି ବିଭତ୍ସ ଭାବେ ହତ୍ୟା କରିଥିଲେ ୧୫ଜଣ ପୋଲିସ କର୍ମଚାରୀଙ୍କ ସମେତ ଜଣେ ସାଧାରଣ ଲୋକକୁ । ଆକ୍ରମଣ ସମୟରେ ରିଜର୍ଭ ଅଫିସରେ ଡିୟୁଟିରେ ଥିବା ପ୍ରତିମା ରାଉତଙ୍କ ଦେହରେ 4ଟି ଗୁଳି ବାଜିଥିଲେ ମଧ୍ୟ ସେ ମୃତ୍ୟୁମୁଖରୁ ବଞ୍ଚି ଯାଇଥିଲେ ସୁଦ୍ଧା ଏବେ ବି ୬୦ ପ୍ରତିଶତ ଭିନ୍ନକ୍ଷମା 

ନୟାଗଡ ପୋଲିସ ଓ କ୍ରାଇମ ବ୍ରାଞ୍ଚ ଏହି ମାଓ ଆକ୍ରମଣ ଘଟଣାର ତଦନ୍ତ କରି ୧୩ଜଣକୁ ଗିରଫ କରିଥିଲା । ତେବେ ଆବଶ୍ୟକ ପ୍ରମାଣ ଅଭାବରୁ ୯ଜଣ ନିର୍ଦ୍ଦୋଷରେ ଖଲାସ ହୋଇଯାଇଥିବା ବେଳେ ଅନ୍ୟଜଣଙ୍କ ବିଚାରଧୀନ ଅବସ୍ଥାରେମୃତ୍ୟୁ ହୋଇଛି । ଆକ୍ରମଣର ମୁଖ୍ୟ କୁହାଯାଉଥିବା ମାଓନେତା ସବ୍ୟସାଚୀ ପଣ୍ଡା ଓ ଆଜାଦଙ୍କ ସମେତ ଅନ୍ୟ ୩ ମାଓବାଦୀଙ୍କ ବିଚାର ଏବେ ବି ନୟାଗଡ କୋର୍ଡରେ ଚାଲୁରହିଛି । ତେବେ ବର୍ତ୍ତମାନ ଯଦିଓ ମାଓ ଗତିବିଧି ଜିଲାରେ ନାହିଁ ତଥାପି ପରିସ୍ଥିତି ପାଇଁ ଜିଲ୍ଲା ପୋଲିସ ସମ୍ପୁର୍ଣ୍ଣ ସଜାଗ ଥିବା ନୟାଗଡ ଏସପି କହିଛନ୍ତି l

 ଘଟଣାକୁ ୧୫ ବର୍ଷ ପୂରିଥିଲେ ମଧ୍ୟ ସେହି କାଳରାତିର ଘଟଣା ଏବେବି ଭୁଲିନାହନ୍ତି ନୟାଗଡ ବାସୀ । ଏବେବି ସେ କାଳରାତି କଥା ମନେ ପଡିଲେ ଥରିଉଥେ ନୟାଗଡ ଜ଼ିଲ୍ଲାବାସୀଙ୍କ ହୃଦୟl

 ଦେବବ୍ରତ ନାୟକଙ୍କ ରିପୋର୍ଟ l

Leave a Reply

Your email address will not be published. Required fields are marked *