ଗୋପୀନାଥ ମନ୍ଦିରରୁ ଚୋରି

ନୟାଗଡ଼ ଜଗନ୍ନାଥ ମନ୍ଦିରରୁ ଲୁଟ ପରେ ପୁରୁଣା ସହର ଗୋପୀନାଥ ମନ୍ଦିରରୁ ଚୋରି ହୋଇଛି। ଜଣେ ଦୃର୍ବୁତ୍ତ ମୁଖା ପିନ୍ଧି ରାତି ପ୍ରାୟ୨ ଟା ସମୟରେ ମନ୍ଦିର ଭିତରକୁ ହାତରେ ଲୁହା ରଡ ଧରି ପ୍ରବେଶ କରିଥିଲା । ଗୋପୀନାଥ ଜୀଉଙ୍କ ନାକ ବସଣି, ଚିତା ଏବଂ ପୂଜକଙ୍କ ବାକ୍ସରୁ କିଛି ଟଙ୍କା ମଧ୍ୟ ଚୋରୀ ହୋଇଛି। ଠାକୁର ପିନ୍ଧିଥିବା ଅଳଙ୍କାର ଲୁଟ ହୋଇଛି। ମନ୍ଦିର ପୂଜକ ପରମାନନ୍ଦ ଦାଶ ନୀତି କରିବାକୁ ଆସିବା ପରେ ଘଟଣା ସାମ୍ନାକୁ ଆସିଥିଲା। ଖବରପାଇ ଏସଡିପିଓ ଜ୍ୟୋତି ରଞ୍ଜନ ସାମନ୍ତରାୟ, ଟାଉନଥାନା ଅଧିକାରୀ ରଶ୍ମି ରଞ୍ଜନ ମହାପାତ୍ର ସଦଳବଳେ ମନ୍ଦିରରେ ପହଞ୍ଚି ଛାନଭିନ କରିଛନ୍ତି। ଦୃର୍ବୁତ୍ତ ପ୍ରଥମେ ଦକ୍ଷିଣକାଳି ମନ୍ଦିରରେ ପଶିବାକୁ ଚେଷ୍ଟା କରିଛି। ବିଫଳ ହେବା ପରେ ଗୋପୀନାଥ ମନ୍ଦିରରୁ ଲୁଟ କରିଛି। ନୟାଗଡ଼ ଜିଲ୍ଲାରେ ବାରମ୍ବାର ମନ୍ଦିରରୁ ଚୋରି ହୋଇଛି। ବଡ଼ପଣ୍ଡୁସର ଉଗ୍ରେସ୍ୱର ମନ୍ଦିର, ଓଡ଼ଗାଁ ଦୂତିକେଶ୍ୱର ମନ୍ଦିର, ନୟାଗଡ଼ ଜଗନ୍ନାଥ ମନ୍ଦିର ପରେ ଆଜି ଚତୁର୍ଥ ପର୍ଯ୍ୟାୟରେ ଗୋପୀନାଥ ମନ୍ଦିରରୁ ଲୁଟ ହୋଇଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *