ନୟାଗଡ଼

ବନ୍ୟାଜନ୍ତୁ ଓ ବନ୍ୟ ସାମଗ୍ରୀ ବିକ୍ରି, ଜଣେ ଗିରଫ  

ନୟାଗଡ: ନୟାଗଡ ରଣପୁର ବନ ବିଭାଗକୁ ବଡ ସଫଳତା। ୨ଟି ବାଘ ଦାନ୍ତ, ବାରହା ଦାନ୍ତ, ନେପାଳୀ ମୂଷା ଓ ଗୋଟିଏ ଶୁଆ ଜବତ କରିବା ସହିତ ଘଟଣାରେ ସଂମ୍ପୃକ୍ତ ଥିବା ଜଣେ ବେପାରୀକୁ ଗିରଫ କରିଛି ରଣପୁର ବନବିଭାଗ। ତେବେ ଅନେକ ଦିନରୁ ରଣପୁର ରେଞ୍ଜରଙ୍କ ପାଖରେ ଖବର ଥିଲା ରଣପୁର ତଳ ମଣିନାଗ ନିକଟରେ ବିନୋଦ ପ୍ରଧାନ ବନ୍ୟାଜନ୍ତୁ ଓ ବନ୍ୟ ସାମଗ୍ରୀ ବିକ୍ରି କରିଛନ୍ତି। ଏନେଇ ଗତକାଲି ରାତିରେ ବନାଞ୍ଚଳ ଅଧିକାରୀ ଓ ତାଙ୍କ ଟିମ ବିନୋଦ ଘରେ ଚଢାଉ କରିଥିଲେ। ଚଢାଉ ସମୟରେ ଅଭିଯୁକ୍ତଙ୍କ ଘରୁ ୨ଟି ବାଘ ଦାନ୍ତ, ବାରହା ଦାନ୍ତ, ନେପାଳୀ ମୂଷା ଓ ଏକଟି ଶୁଆ ଜବତ କରିଛି l ଅନ୍ୟପଟେ ବେପାରୀ ଜଣକ କହିଛନ୍ତି ତାଙ୍କ ପୁଅ ପୋଲିସ ବିଭାଗରେ ଅଛି ଆଉ ସେ ବନ୍ୟ ସାମଗ୍ରୀ ବିକ୍ରି କରିବା ପାଇଁ ସହଯୋଗ କରେ। ତେବେ ଖାକି ବଦ୍ରି ପୁଅକୁ ଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି ରଣପୁର ରେଞ୍ଜର l

Leave a Reply

Your email address will not be published.

Back to top button