ଆଲୋକିତ ହୋଇଛି ଅପହଞ୍ଚ ଗାଁ ନେପାଳ

ଶେଷରେ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକର ଅପହଞ୍ଚ ଗାଁ ନେପାଳ ଆଲୋକିତ  ହୋଇଛି।  ଯେଉଁଠି ଦିନେ ସନ୍ଧ୍ୟା ହେଲେ ଗାଁରେ ପଡିଯାଏ ଘରେ ତାଟି କବାଟ ପଡିଯାଏ । ସେ ଗାଁ ଆଜି ବିକାଶ ପାଇଁ ଚଳଚଞ୍ଚଳ ହୋଇଛି । ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ, ପୁରୀ ସାଂସଦ ସମ୍ବିତ ପାତ୍ର,  ପୂର୍ବତନ ସାଂସଦ ପ୍ରତ୍ୟୁଷା ରାଜେଶ୍ଵରୀ ସିଂ,  ଉପ ଜିଲ୍ଲାପାଳ, CDO , ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଅତିରିକ୍ତ ଜିଲ୍ଲାପାଳ, ଓଡ଼ଗାଁ ବ୍ଲକର ବିଡିଓଙ୍କ  ସମେତ ବିଭିନ୍ନ ବିଭାଗର ଅଧିକାରୀ ନେପାଳ ଗାଁରେ ପହଞ୍ଚି  ବିଭିନ୍ନ ଉନ୍ନୟନ ମୂଳକ କାମ ଉଦ୍ଘାଟନ କରିଛନ୍ତି। ନେପାଳ ଗାଁର  ପ୍ରତି ଘରକୁ  24  ଘଣ୍ଟିଆ ପିଇବା ପାଣି ସଂଯୋଗ ସହ ସୋଲାର ଆକ୍ୱା ଯୋଗାଇ ଦିଆଯାଇଛି। ଏହାସହ ନେପାଳ ଗାଁକୁ ସୋଲାର ଷ୍ଟ୍ରିଟ ଲାଇଟ ଦ୍ବାରା  ଆଲୋକିତ କରାଯାଇଛି। ଗାଁରେ ଅଙ୍ଗନୱାଡି କେନ୍ଦ୍ର ସହ ସୋଲାର ଲାଇଟ କୁ  ଜିଲ୍ଲାପାଳ ଏବଂ ପୁରୀ ସାଂସଦ ଉଦଘାଟନ କରିଥିଲେ।  ଏହି ଗାଁର ଲୋକଙ୍କ ପାଇଁ ସ୍ବାସ୍ଥ୍ୟ, ପାନୀୟ ଜଳ, ଗମନାଗମନ, ରୋଜଗାର  ଏସବୁ ସୁବିଧା ଲୋକଙ୍କ ପାଇଁ ସ୍ଵପ୍ନ  ଥିଲା । କାରଣ ଗାଁଟି ଥିଲା ଅପହଞ୍ଚ ଇଲାକାରେ । ଏହି ଗାଁ ଏବେ  ବିକାଶର ଚିତ୍ର ଦେଖିଛି । ପୂର୍ବ ରୁ ଏହି ଗାଁ ରେ ବିଜୁଳି ପହଞ୍ଚି ନଥିବା ବେଳେ ଡିବି ଆଲୁଅ ଏବଂ  ଝରଣା ପାଣି ଲୋକଙ୍କ ସାହାରା ଥିଲା। ଗାଁକୁ  ରାସ୍ତା ନଥିଲା ।  ଗାଁରେ ଅଙ୍ଗନୱାଡି କେନ୍ଦ୍ର ,ସ୍କୁଲ ନଥିବାରୁ ପିଲାଙ୍କ ପାଠ ପଢାରେ ଡୋରି ବନ୍ଧା ହେଉଥିଲା । ଗତ ନଭେମ୍ବର ମାସରେ ନୟାଗଡ଼  ଜିଲ୍ଲାପାଳ ଅକ୍ଷୟ  ସୁନିଲ ଅଗ୍ରୱାଲ ନେପାଳଗାଁ ଙ୍କୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ । ବିକାଶ ପାଇଁ ସ୍ଥାନୀୟ ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ଜିଲ୍ଲାପାଳ ଗାଁ ରୁ ଫେରିବା ପରେ ଆରମ୍ଭ ହୋଇଥିଲା ବିକାଶ  କାର୍ଯ୍ୟ ।  ସୋଲାର ବିଜୁଳି ଆଲୁଅ ସାଙ୍ଗକୁ BSNL ଟେଲିଫୋନ ସେବା ଏବଂ ଗାଁର ପ୍ରତି ପରିବାରକୁ ପିଇବା ପାଣି ସଂଯୋଗ ସହ   ବିଜୁଳି ବ୍ୟବସ୍ଥା କରାଯାଇଛି। ଅପହଞ୍ଚ ନେପାଳ ଗାଁ ର ବାସିନ୍ଦା ଏବେ ବିକାଶର ଉଦୟ ହୋଇଛି । 

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *