ସରକାରୀ ସହାୟତାରୁ ବାଦ ପଡ଼ିଲା ଭବାନୀପାଟଣା – ରାୟଗଡା ଛଅ ନମ୍ବର ରାଜ୍ୟ ରାଜପଥ : ଦୁର୍ଦ୍ଦଶାରେ ଲୋକେ


କଳାହାଣ୍ଡି : କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟର ଛଅଟି ସଡ଼କ ଓ ସେତୁ ପ୍ରକଳ୍ପର ଉନ୍ନତିକରଣ ପାଇଁ ବ୍ୟୟ ବରାଦ ଘୋଷଣା କରାଯାଇଛି । ଏଥିରେ କଳାହାଣ୍ଡି ଜିଲ୍ଲାର କେସିଙ୍ଗାଠାରୁ ଜୁନାଗଡ଼ ପର୍ଯ୍ୟନ୍ତ ୨୬ ନମ୍ବର ଜାତୀୟ ରାଜପଥକୁ ଚାରି ଲେନ ବିଶିଷ୍ଟ କରିବାକୁ ଘୋଷଣା କରାଯାଇଛି । ତେବେ ଜିଲ୍ଲାର ସବୁଠୁ ବ୍ୟସ୍ତ ବହୁଳ ଭବାନୀପାଟଣା- ରାୟଗଡା ଛଅ ନମ୍ବର ରାଜ୍ୟ ରାଜପଥ ଏଥିରୁ ବାଦ ପଡିଛି । ଦୀର୍ଘ ଦିନ ହେଲା ଏହି ରାସ୍ତାକୁ ଜାତୀୟ ରାଜପଥ ଭାବେ ଘୋଷଣା କରିବା ସହିତ ଛଅ ଲେନ ବିଶିଷ୍ଟ ରାସ୍ତା କରିବାକୁ ନେଇ ଦାବି ହୋଇଆସୁଛି । ଏହି ରାସ୍ତାରେ ଦୈନିକ ଶହଶହ ଭାରୀଯାନ ଚଳାଚଳ କରୁଥିବାବେଳେ ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି । ଏଠାରେ ଦୁର୍ଘଟଣା ସଂଖ୍ୟା ବଢ଼ି ଚାଲିଥିବାବେଳେ କଳାହାଣ୍ଡି ଜିଲ୍ଲା ପୂର୍ତ୍ତ ବିଭାଗ ଏଥିପ୍ରତି ଆଖିବୁଜି ଦେଇଛି । ଏହାକୁ ନେଇ ଜିଲ୍ଲାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *