ଓମାନ ରେ ଫସିଛନ୍ତି ଓଡ଼ିଆ ଯୁବକ । ଦୁଇ ପଇସା ଅଧିକ ରୋଜଗାର ଆଶାରେ ଓମାନ ଯାଇ ସେଠାରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପରିକି ଉଦ୍ଧାର ପାଇଁ ଭିଡ଼ିଓ ମଧ୍ୟ୍ୟମରେ ଅନୁରୋଧ କରିଛନ୍ତି । ଓମାରରେ ୧୨ ଜଣ ଫସି ରହିଥିବା ବେଳେ ଗଞ୍ଜାମ ବ୍ଲକ ର ଜଣେ ସେମାନଙ୍କ ମଧ୍ୟ୍ୟରେ ରହିଛନ୍ତି । ଗଞ୍ଜାମ ବ୍ଲକ ତାରିଣୀପଲ୍ଲୀ ଗ୍ରାମର ବସନ୍ତ କୁମାର ସେଠୀ । ୫ ମାସ ତଳେ ସେଠାକୁ ଯାଇଥିବା ବେଳେ ଏବେ ତାଙ୍କୁ କମ୍ପାନୀ ସେମାନଙ୍କୁ ବାହାର କରିଦେଇଛି | ତାଙ୍କୁ ଧମକ ଦେବା ସହ ପାସଫୋଟ ଛଡେଇ ରଖିଦେଇଛନ୍ତି ।କିପରି ପୁଅ ସୁରକ୍ଷିତ ଭାବେ ଗ୍ରାମକୁ ଫେରାଇ ଆସିବ ସେନେଇ ମା ଇନ୍ଦିରା ସେଠୀ ଆଜି ଜିଲ୍ଲା ପ୍ରଶାସନ ନିକଟରେ ଦ୍ୱାରସ୍ଥ ହୋଇଛନ୍ତି ।

Naxatra News is now on Whatsapp
Join and get latest news update delivered to you via whatsapp
Join Now