ଦ୍ୱିତୀୟ ଦିନରେ ଚିପିଲିମା ପାୱାର ହାଉସ୍ ବୁଲି ଦେଖିଲେ ମହାନଦୀ ଟ୍ରିବ୍ୟୁନାଲ ଟିମ୍

Spread the love

ସମ୍ବଲପୁର : ଦ୍ୱିତୀୟ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନ ପାଇଁ ଓଡ଼ିଶା ଆସିଥିବା ମହାନଦୀ ଟ୍ରିବ୍ୟୁନାଲ ଟିମ୍ ଆଜି ଦ୍ୱିତୀୟ ଦିନରେ ଚିପିଲିମା ପାୱାର ହାଉସ୍ ବୁଲି ଦେଖିଛନ୍ତି । ଏହାପରେ ଅତାବିରା ବ୍ରାଂଚ କେନାଲ, ଶାସନ କେନାଲ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ଟିମ୍ ର ସଦସ୍ୟ ମାନେ ଗତକାଲି ହୀରାକୁଦ ଡ୍ୟାମ୍ ବୁଲି ଦେଖିଥିଲେ । ସେହିପରି ୨୨ ତାରିଖରେ ଏହି ଟିମ୍ ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଇବ୍ ଥର୍ମାଲ ପାୱାର ଏବଂ ଡ୍ୟାମ୍ ପ୍ରୋଜେକ୍ଟ ସାଇଡ୍ ପରିଦର୍ଶନ କରିବେ । ୨୩ ତାରିଖରେ ନୂଆପଡ଼ା ଜିଲ୍ଲା ଅପର ଜୋନ୍ ଡ୍ୟାମ୍ ସାଇଡ୍ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ଓଡ଼ିଶାରେ ମହାନଦୀର ସ୍ଥିତି ଅନୁଧ୍ୟାନ କରିବା ସହ ବିସ୍ତୃତ ତଥ୍ୟ ସଂଗ୍ରହ କରୁଛନ୍ତି ଟିମ୍ । ଏହି ଟିମ୍ ୨୩ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ମହାନଦୀର ଜଳ ସ୍ଥିତି ଅନୁଧ୍ୟାନ କରିବେ ।

ଏହି ଟିମ୍ ରେ ରହିଛନ୍ତି ମହାନଦୀ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ଜଷ୍ଟିସ୍ ଏ.ଏମ. ଖାନୱିଲକର, ଡଃ. ଜଷ୍ଟିସ୍ ରବି ରଞ୍ଜନ ଏବଂ ଶ୍ରୀମତୀ ଜଷ୍ଟିସ୍ ଇନ୍ଦରମିତ କୌର ।

Leave a Reply

Your email address will not be published. Required fields are marked *