ସ୍କୁଲ ପାଚେରି ପଡି ନାବାଳିକା ମୃତ

Spread the love

ଜଳେଶ୍ବର: ଲଘୁ ଚାପ ଜନିତ ଲଗାଣ ବର୍ଷା ଓ ପବନ ଯୋଗୁଁ ସ୍କୁଲ ପାଚେରୀ ଭାଙ୍ଗି ଜଣେ ନାବାଳିକା ମୃତ। ଜଣେ ନାବାଳକ ଓ ଜଣେ ନାବାଳିକା ଗୁରୁତ୍ଵର।  ଗୁରୁତର ୨ ଜଣ ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି । ଜଳେଶ୍ୱର ମଧୁପୁରା ସରକାରୀ ଉ .ପ୍ରା ବିଦ୍ୟାଳୟ ପରିସରରେ ଥିବା ଏକ ବିଶାଳ ଶାଗୁଆନ ଗଛ ପ୍ରବଳ ପବନରେ ଉପୁଡି ପଡ଼ି  ସ୍କୁଲ ପାଚେରୀ  ଉପରେ ପଡିଥିଲା। ଫଳରେ ସ୍କୁଲ ପାଚେରୀକୁ ଲାଗିଥିବା   ଆନଶ୍ୱର ଅଲ୍ଲୀଙ୍କ   କଚା ଘର ସ୍କୁଲ ପାଚେରୀ ଏବଂ ଶାଗୁଆନ ଗଛ ଚାପରେ ଆସିଥିଲା।ଫଳରେ ଘରେ ଶୋଇ ଥିବା ଦୁଇ ନାବାଳିକା ଏକ ନାବାଳକ ପାଚେରୀ ତଳେ ଚାପି ହୋଇ ଯାଇଥିଲେ । ବାପା ଓ ମାଆ ପାଚେରୀ  ପଡ଼ିବାର ଶବ୍ଦ ଶୁଣି ସେମାନଙ୍କୁ ପାଚେରୀ ତଳୁ ଉଦ୍ଧାର କରି ସଂଗେ ସଂଗେ ବାଲିଆପାଳ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ।  ସେଠାରୁ ସେମାନଙ୍କୁ ଡାକ୍ତର କଟକ ସ୍ଥାନାନ୍ତରିତ କରିଛନ୍ତି। ବାଟରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ  ଆହତ ହୋଇ  ଡାକ୍ତର ଖାନରେ ଚିକିତ୍ସିତ ହେଉଛନ୍ତି ।

Leave a Reply

Your email address will not be published. Required fields are marked *