ଭୁବନେଶ୍ବର: ଅର୍ଚ୍ଚନା ନାଗ ଲିଂକ ତାତି ଥମିବାର ନାଁ ଧରୁନି। ଗୋଟିଏ ପଟେ ପୁଲିସର ଅସମ୍ଭବ ନୀରବତା। ଅନ୍ୟପଟେ ଅର୍ଚ୍ଚନାଙ୍କ ସହ ରାଜନେତା, ବ୍ୟବସାୟୀ ଲିଂକର ଗୁମରକୁ ନେଇ ଚର୍ଚ୍ଚା ହେଉଥିଲେ ବି ଏହା ଉପରୁ ପରଦା ଉଠୁନଥିବାରୁ ସନ୍ଦେହ ଓ ସଂଶୟ ବଢ଼ିବାରେ ଲାଗିଛି। ଏଭଳି ସ୍ଥିତିରେ ଆଜି ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ ପୁଲିସ ବାନ୍ଧିଥିଲା ବେଳେ ଖଗେଶ୍ୱରଙ୍କୁ ଗିରଫ ଲାଗି ଚାଲିଛି ତନାଘନା। ସେପଟେ ପୁଲିସ ନିଷ୍କ୍ରୀୟ ପ୍ରତିବାଦରେ ଶନିବାରଠୁ ଅହୋରାତ୍ର ଧାରଣା ଦେବାକୁ ଘୋଷଣା କରିଛି ବିଜେପି।
ନା ଧର୍ମେନ୍ଦ୍ର ସାହୁ ମୃତ୍ୟୁ ମିଷ୍ଟ୍ରି ନା ଅର୍ଚ୍ଚନା ନାଗଙ୍କ ସହ ଲିଂକରେ ଥିବା ବଡ଼ବଡିଆଙ୍କ ଗୁମର ଫିଟୁଛି। ଏ ଉଭୟ ଘଟଣାରେ ପୁଲିସର ନିଷ୍କ୍ରୀୟତା ପଛର କାରଣ କଅଣ। ଏହାକୁ ନେଇ ପୁଲିସର ଅସମ୍ଭବ ନୀରବତା ପ୍ରତିବାଦରେ ଶନିବାରଠୁ କମିଶନରେଟ ପୁଲିସ ଆଗରେ ଅହୋରାତ୍ର ଧାରଣା ଦେବ ବିଜେପି। ଅର୍ଚ୍ଚନା ନାଗ ଘଟଣାରେ ସଂପୃକ୍ତ ଥିବା ଲୋକଙ୍କ ସଂପୃକ୍ତି ସାମ୍ନାକୁ ନ ଆଣିଲେ, ଘଣ୍ଟଘଣ୍ଟା ଧରି ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଯିବ ବୋଲି କହିଛି ବିଜେପି। ସେପଟେ ବିଜେଡି କହିଛି, ବେଆଇନ କାମକୁ ମୁଖ୍ୟମନ୍ତ୍ରୀ କେବେ ପ୍ରଶ୍ରୟ ଦିଅନ୍ତିନି। ସବୁବେଳେ ଶୂନ୍ୟ ସହନଶୀଳତା ନୀତି ଆପଣାଇଛନ୍ତି। ତଦନ୍ତ ଚାଲିଛି। ଧୈର୍ଯ୍ୟ ଧରି ସମୟକୁ ଅପେକ୍ଷା କରନ୍ତୁ ବିରୋଧୀ। ଅପ୍ରସଙ୍ଗକୁ ପ୍ରସଙ୍ଗ କରି ତୁଛା ରାଜନୀତିରେ ମାତିଛନ୍ତି।
ସେପଟେ ଅର୍ଚ୍ଚନା ନାଗଙ୍କୁ ନେଇ ରାଜନୈତିକ ବୟାନବାଜି ଏମିତିରେ ଜାରି ଥିଲା ବେଳେ ଆଜି ସକାଳୁ ସକାଳୁ ପୁଲିସ ଆକ୍ସନ ଏପିସୋଡରେ ଆଉ ଏକ ଅଧ୍ୟାୟ ଆଗେଇଛି। ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ ସତ୍ୟବିହାରସ୍ଥିତ ବାସଭବନରୁ ଉଠାଇନେଇଥିଲା ପୁଲିସ। ଅର୍ଚ୍ଚନାଙ୍କ ବ୍ଲାକମେଲିଂ ଘଟଣାରେ ମୁଖ୍ୟ ମାଷ୍ଟରମାଇଣ୍ଡ ଥିବା ଜଗବନ୍ଧୁଙ୍କୁ ଗିରଫ କରିଛି ପୁଲିସ। ଅପରାଧିକ ଷଡ଼ଯନ୍ତ୍ର ଓ ଅନ୍ୟାନ୍ୟ ସଙ୍ଗୀନ ଦଫାରେ ଗିରଫ କରିଛି ଅର୍ଚ୍ଚନାଙ୍କୁ। ସେପଟେ ଜଗବନ୍ଧୁଙ୍କ ଜାମିନ ପାଇଁ ଆବେଦନ କରାଯିବ ବୋଲି କହିଛନ୍ତି ତାଙ୍କ ଓକିଲ।
ଆଗରୁ ଅର୍ଚ୍ଚନାଙ୍କ ଜାମିନ ଆବେଦନ ଖାରଜ କରିଦେଇଛନ୍ତି ଅଦାଲତ। ଏବେ ଜଗବନ୍ଧୁ ବନ୍ଧା ହେଲେ। ଆଗକୁ ଖଗେଶ୍ୱରଙ୍କ ପାଳି ପଡିପାରେ। ତେବେ ଏହାକୁ ନେଇ ରାଜନୈତିକ ଗତିବିଧି ଥମିବାର ନାଁ ଧରୁନି। କାରଣ ଖଟି ଗଳିକନ୍ଦିରେ ଅର୍ଚ୍ଚନା ନାଗଙ୍କ ସହ ସଂପୃକ୍ତି ବଡ଼ବଡିଆଙ୍କ କଥା ସବୁଠି ହୁରି ପଡ଼ିଛି।
ନବକିଶୋର ସାହୁଙ୍କ ସହ ସ୍ୱରୂପା ମହାପାତ୍ରଙ୍କ ରିପୋର୍ଟ
Naxatra News is now on Whatsapp
Join and get latest news update delivered to you via whatsapp
Join Now