ପରୀକ୍ଷାରେ ବିଭ୍ରାଟ- ତୃଟି ସ୍ୱୀକାର କଲା ବିଭାଗ

ଓପିଏସସି ପରେ ଓଏସଏସସି ପରୀକ୍ଷାରେ ବଡ଼ ଧରଣର ତୃଟି। ପାଠ୍ୟକ୍ରମର କିଛି ଅଂଶରୁ ପ୍ରଶ୍ନ ପଡିନଥିବା ଅଭିଯୋଗ ହୋଇଛି। ଏକ୍ସାଇଜ୍ ଓ ଟ୍ରାଫିକ୍ ଏସଆଇ ପରୀକ୍ଷାରେ ଭୁଲ୍ ପ୍ରଶ୍ନପତ୍ର ପଡ଼ିଲା। ଓପିଏସସି ପରୀକ୍ଷାରେ ତ ଆନ୍ଥ୍ରୋପଲୋଜି ପରୀକ୍ଷାରେ ତୃଟି ସାମ୍ନାକୁ ଆସିଥିଲା। ପେପର ଓ୍ୱାନ ବଦଳରେ ପେପର-ଟୁ ଆସିଥିଲା। ଆଉ ଏଭଳି ତୃଟିକୁ ସ୍ୱୀକାର କରିଛନ୍ତି ଷ୍ଟାଫ୍ ସିଲେକ୍ସନ କମିଶନ। ଆଉ ଏକ ପରୀକ୍ଷା କରିବାର ବିକଳ୍ପ ଉପରେ ବିଚାର କରାଯାଉଛି। ପରୀକ୍ଷାରେ ଉପସ୍ଥିତ ପରୀକ୍ଷାର୍ଥୀ ମେ ୪ ପୂର୍ବରୁ ଓଏସଏସସିକୁ ଇମେଲ୍ ଜରିଆରେ ପ୍ରତିକାରମୂଳକ ପଦକ୍ଷେପ ଲାଗି ପରାମର୍ଶ ଦେଲେ ବିଚାର କରାଯିବ। ଏଭଳି ବଡ଼ ଧରଣର ତୃଟିକୁ ନେଇ ବର୍ଷିଛନ୍ତି ବିରୋଧୀ ଦଳ। କଂଗ୍ରେସ କହିଛି, ପିଲାଙ୍କ ଜୀବନ ସହ ଖେଳାନଯାଉ। ପରୀକ୍ଷା ବିଭ୍ରାଟ ଜାଣିଶୁଣି କରାଯାଉଛି ପରୀକ୍ଷା ପରିଚାଳନା କରିବାରେ ଫେଲ୍ ମାରୁଛନ୍ତି ସରକାର। ଯିଏ ସଂପୃକ୍ତ, ସେମାନଙ୍କ ଉପରେ ତୁରନ୍ତ ଆକ୍ସନ ହେଉ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ। ବିଜେଡି କହିଛି, ପରୀକ୍ଷା କେମିତି ସ୍ୱଛତାର ସହ କରାଯିବ, ତାହା ସରକାରଙ୍କ ଦାୟିତ୍ୱ। ପରୀକ୍ଷା ପରିଚାଳନାରେ ବିଭ୍ରାଟରୁ ହଜାର ହଜାର ଆଶାୟୀ ଭାରାକ୍ରାନ୍ତ ହୋଇପଡ଼ିଛନ୍ତି। ସାଧୁତା ଉପରେ ଅଙ୍ଗୁଳି ଉଠୁଛି। ପୂର୍ବରୁ ଆରଆଇ, ଅମୀନ ପରୀକ୍ଷାରେ ବି ବିଭ୍ରାଟ ହୋଇଥିଲା ବୋଲି କହିଛନ୍ତି ବିଜେଡି ବିଧାୟକ ଦେବୀରଞ୍ଜନ ତ୍ରିପାଠୀ। ଉଚ୍ଚଶିକ୍ଷା ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ କହିଛନ୍ତି, ବିଭ୍ରାଟରେ ଯେଉଁ ବିଭାଗ ସଂଶ୍ଳିଷ୍ଟ ଅଛି, ତଦନ୍ତ ହେବ। ଯିଏ ଦୋଷୀ ଛଡାଯିବନି। ଏ ସଂକ୍ରାନ୍ତୀୟ ବିଲ୍ ବିଧାନସଭାରେ ପାରିତ ହୋଇ ଆଇନରେ ପରିଣତ ହୋଇସାରିଛି। ଗୋଟିଏ ଦିନରେ ଦୁଇ ଦୁଇଟି ବଡ଼ ପରୀକ୍ଷା ହେଲା। କିନ୍ତୁ ବିଭ୍ରାଟ ହେଲା। ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନଙ୍କ ଦ୍ୱାରା ପରିଚାଳିତ ରବିବାର ୨୧ଟି ଏସଆଇ ଟ୍ରାଫିକ ପଦବୀ (ଗ୍ରୁପ-ବି) ଓ ୧୦ଟି ଏକ୍ସାଇଜ୍ ପଦବୀ (ଗ୍ରୁପ୍ ସି) ପାଇଁ ମିଳିତ ଲିଖିତ ପରୀକ୍ଷା ଥିଲା। ଏଥିରେ ଯେଉଁ ସବୁ ବିଷୟରେ ପ୍ରଶ୍ନ ଆସିବା କଥା, ତାହା ନ ଆସି ଅନ୍ୟ ବିଷୟରେ ପ୍ରଶ୍ନ ପଡ଼ିଥିଲା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *