ତ୍ରୁଟିପୂର୍ଣ୍ଣ କ୍ୟାଡର ରିଷ୍ଟ୍ରକଚରିଙ୍ଗ୍ ଅର୍ଡରକୁ ପ୍ରତ୍ୟାହିତ କଲା ଓ.ପି.ଟି.ସି.ଏଲ୍ ମାନବସମ୍ବଳ ବିଭାଗ

Spread the love

ଭୁବନେଶ୍ୱର : ଆଜି ତୃତୀୟ ଦିନର ଓଡ଼ିଶା ବିଦ୍ୟୁତ୍ କର୍ମଚାରୀ ମହାସଂଘର ଆନ୍ଦୋଳନ ପରେ ସଭାପତି ସୁବାସ ସିଂ ଓ କାର୍ଯ୍ୟକାରୀ ସଭାପତି ରାଜୀବ ମହାନ୍ତିଙ୍କ ହସ୍ତକ୍ଷେପ ବଳରେ ଓ.ପି.ଟି.ସି.ଏଲ୍‌. ଚେୟାରମ୍ୟାନ ସଂଜୟ ମିଶ୍ରଙ୍କ  ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ମାନବ ସମ୍ବଳ ମୁଖ୍ୟ ରଘୁନାଥ ପ୍ରତିହାରୀ, ସାଧାରଣ ସମ୍ପାଦକ ଅମର ଜୁମର ପ୍ରତାପ ସିଂ, ଓ.ପି.ଟି.ସି.ଏଲ୍‌. ଜୋନାଲ୍ ସମ୍ପାଦକ ପ୍ରଭାକର ଶତପଥୀ, ଉପସଭାପତି ଗଣେଶ ବିନ୍ଧାଣୀ ଓ ଯୁଗ୍ମ ସମ୍ପାଦକ ପ୍ରିୟବ୍ରତ ନାୟକ ପ୍ରମୁଖ ଉପସ୍ଥିତ ରହି ଟେକ୍ନିକାଲ୍ ବର୍ଗର ଶ୍ରମିକ ମାନଙ୍କର ମୂଳ ଦରମାକୁ କିରାଣୀ ବର୍ଗର ମୂଳ ଦରମା ସହ ସମାନ କରିବା ସହ ମଇ ମାସ  ୧୨ତାରିଖ ଓ.ପି.ଟି.ସି.ଏଲ୍‌. ବିଭାଗ ଦ୍ୱାରା ପ୍ରକାଶିତ କ୍ୟାଡର ରିଷ୍ଟ୍ରକଚରିଙ୍ଗ ଅର୍ଡରକୁ ପ୍ରତ୍ୟାହାର କରିବା ପାଇଁ ସି.ଏମ୍‌.ଡି, ଓ.ପି.ଟି.ସି.ଏଲ୍‌. ନିର୍ଦ୍ଦେଶ ଦେଇଥିଲେ । ଏଥିସହ ଅନ୍ୟାନ୍ୟ ଦାବି ଯଥା ଟେକ୍‌ନିସିଆନ୍ ୩/୨/୧କୁ ଆଡ୍‌ମିନ୍‌ଷ୍ଟ୍ରେଟିଭ୍ ୩/୨/୧ ସହ ସମାନ କରିବା ଏବଂ ଅସଂଜତି ଗ୍ରେଡ୍ ପେ’ ୩୩୩୦/-କୁ ଉଚ୍ଛେଦ ଦାବି ଉପରେ ଆଉ ଏକ ପରବର୍ତୀ ବୈଠକ କରିବା ପାଇଁ ସି.ଏମ୍‌.ଡି., ଓ.ପି.ଟି.ସି.ଏଲ୍‌. ନିବେଦନ କରିଥିଲେ । ପ୍ରତି ଉତରରେ ଓଡ଼ିଶା ବିଦ୍ୟୁତ୍ କର୍ମଚାରୀ ମହାସଂଘ ତରଫରୁ ସମସ୍ତ ପ୍ରକାର ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ପ୍ରଦାନ କରାଯାଇଥିଲା । କିନ୍ତୁ ସମସ୍ତ ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ଧାରଣା ପ୍ରତ୍ୟାହାର କରିବାର ପ୍ରଶ୍ନ ଉଠୁନାହିଁ ଏହା ଆମ ତରଫରୁ ସ୍ପଷ୍ଟ ଭାବେ ସୂଚନା ପ୍ରଦାନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *