ଯାତ୍ରୀବାହୀ ବସ୍ ଡ୍ରାଇଭର ନିଜର ଉପସ୍ଥିତ ବୁଦ୍ଧି ଯୋଗୁଁ ବଞ୍ଚିଯାଇଛି ଅନେକ ଯାତ୍ରୀଙ୍କ ଜୀବନ । ସୂଚନା ଅନୁସାରେ ବାଲେଶ୍ଵରରୁ ଉଦଳା ଆସୁଥିବା ଏକ ଘରୋଇ ଯାତ୍ରୀବାହୀ ମାମା ବସ୍ ଟି ଶେରଗଡ଼ ଝରଣାଘାଟି ୧୯ ନମ୍ବର ରାଜ୍ୟ ରାଜପଥ ଭାଲୁକାସୁଣି ନିକଟ ଦେବଯାନୀ ଛକ ନିକଟରେ ଉଦଳାରୁ ସିମେଣ୍ଟ ଖାଲିକରି ଦ୍ରୁତ ଗତିରେ ବାଲେଶ୍ଵର ଅଭିମୁଖେ ଆସୁଥିବା ବେଳେ ବସ ସହ ମୁହାଁ ମୁହିଁ ହେବା ପୂର୍ବରୁ ଯାତ୍ରୀଙ୍କ ଜୀବନ ସୁରକ୍ଷା ପାଇଁ ଟ୍ରକର ଡଲା ସହିତ ବସ୍ ଟି ବାଡେଇ ଯିବାରୁ ବସ୍ ଟି ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଥିଲା। ଫଳରେ ବସରେ ଥିବା ଅନେକ ଜୀବନକୁ ବଞ୍ଚାଇ ଦେଇଥିଲେ ଡ୍ରାଇଭର। ଏହି ଦୁର୍ଘଟଣାରେ ୪ଜଣ ଯାତ୍ରୀ ଗୁରୁତର ହୋଇଥିବା ବେଳେ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବାର ଜଣାପଡିଛି। ଖବର ପାଇ ନିଳଗିରି ଆଇ ଆଇ ସି ଗୋବର୍ଦ୍ଧନ ନାୟକ ଘଟଣା ସ୍ଥଳରେ ପହଞ୍ଚି ଆହତ ଓ ଗୁରୁତରଙ୍କୁ ଫାୟାର ଗାଡ଼ି ଓ ଆମ୍ବୁଲାନ୍ସ ଯୋଗେ ନିଳଗିରି ମେଡ଼ିକାଲକୁ ପଠାଇଥିଲେ। ସମସ୍ତ ଯାତ୍ରୀ ସୁରକ୍ଷିତ ରହିଥିବାର ଦେଖିବାକୁ ମିଳିଛି। ନୀଳଗିରି ଅଞ୍ଚଳର ଅଗ୍ରଣୀ ମହାଵୀର ସ୍ଵେଛାସେବୀ ସଂଗଠନ ମୁଖ୍ୟ ଏବଂ ସଦସ୍ୟ ମାନେ ପହଞ୍ଚି ଆହତ ମାନଙ୍କର ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ | କିଛି ଗୁରୁତର ଯାତ୍ରୀଙ୍କୁ ବାଲେଶ୍ଵର ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରୁ ବସ୍ ଡ୍ରାଇଭର ଓ ଟ୍ରକ ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ପୋଲିସ ଉଭୟ ଗାଡ଼ିକୁ ଜବତ କରିଛି ।

Naxatra News is now on Whatsapp
Join and get latest news update delivered to you via whatsapp
Join Now