ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କାର୍ଯବଳୀ ସମୀକ୍ଷା

Spread the love

ଭୁବନେଶ୍ୱର :  ମୁଖ୍ୟମନ୍ତ୍ରୀ  ନବୀନ ପଟନାୟକ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କାର୍ଯବଳୀ ସମ୍ପର୍କରେ ସମୀକ୍ଷା କରିଛନ୍ତି । ସମୀକ୍ଷା ପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମାନ୍ୟବର ମନ୍ତ୍ରୀ ସୁଦାମ ମାର୍ଣ୍ଡି କହିଥିଲେ ଯେ ରାଜ୍ୟ ସରକାର ବିଦ୍ୟାଳୟ ଓ ଗଣଶିକ୍ଷା କ୍ଷେତ୍ରରେ ଦିଆଯାଇଥିବା ପ୍ରାୟ ସମସ୍ତ ପ୍ରତିଶ୍ରୁତିକୁ ସଫଳତାର ସହ ପୂରଣ କରିଛନ୍ତି ।, “ରାଜ୍ୟବ୍ୟାପୀ ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ଅଭିଜ୍ଞତାରେ ବୈପ୍ଳବିକ ପରିବର୍ତନ ଆଣିବା ଉଦ୍ଦେଶ୍ୟରେ ବିଭାଗ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି । ଏହି ପଦକ୍ଷେପଗୁଡ଼ିକ ପିଲାମାନଙ୍କର ଶୈକ୍ଷିକ ଉତ୍କର୍ଷତାକୁ ପ୍ରୋତ୍ସାହିତ କରିବା, ଅନ୍ତର୍ନିହିତ ଗୁଣାବଳୀକୁ ପ୍ରୋତ୍ସାହିତ କରିବା ଏବଂ ଦ୍ରୁତ ବିକଶିତ ଭବିଷ୍ୟତ ପାଇଁ ଛାତ୍ରଛାତ୍ରୀମାନଙ୍କୁ ପ୍ରସ୍ତୁତ କରିବା ଉପରେ ଗୁରୁତ୍ୱ ଆରୋପ କରିଛି । ନିରପେକ୍ଷ ଏବଂ ନିଷ୍ପକ୍ଷ ଅନୁଶୀଳନପୂର୍ବକ ସମୟୋପଯୋଗୀ ପଦକ୍ଷେପ ଗ୍ରହଣ କରି ଓଡ଼ିଶା ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ଜାତୀୟ ହାରାହାରିକୁ ଅତିକ୍ରମ କରି ପ୍ରଦର୍ଶନ ଗ୍ରେଡିଂ ଇଣ୍ଡେକ୍ସ (ପିଜିଆଇ) ୨୦୨୦-୨୧ ଏବଂ ନ୍ୟାସନାଲ ଆଚିଭମେଣ୍ଟ ସର୍ଭେ (ଏନଏଏସ)-୨୦୨୧ରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛି ।

୨୦୨୩-୨୪ ଆର୍ôଥକ ବର୍ଷର ବଜେଟରେ ବିଦ୍ୟାଳୟ ଓ ଗଣଶିକ୍ଷା କ୍ଷେତ୍ରକୁ ଏକ ବଡ଼ ଆବଂଟନ ମିଳିଥିବା ବେଳେ ରାଜ୍ୟ ସରକାର ୨୨୫୨୭୮୦.୨୩ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି ।

ସରକାରଙ୍କ ୫-‘ଟି’ ଅଧୀନରେ ହାଇସ୍କୁଲ ଟ୍ରାନ୍ସଫର୍ମେସନ୍ ୩ଟି ପର୍ଯ୍ୟାୟରେ ୬୧୨୩ଟି ବିଦ୍ୟାଳୟର ରୂପାନ୍ତର କରାଯାଇଛି । ସ୍ମାର୍ଟ କ୍ଲାସରୁମ୍‌, ଇ-ଲାଇବ୍ରେରୀ, ବିଜ୍ଞାନ ପରୀକ୍ଷାଗାର, ପାନୀୟ ଜଳ ଓ ପରିମଳ, କ୍ରୀଡ଼ା ଭିତ୍ତିଭୂମି, ପରିବେଶର ରୂପରେଖ ୫-‘ଟି’ ନୀତି ଅନୁସରଣରେ ରୂପାନ୍ତରିତ ବିଦ୍ୟାଳୟ ମାନଙ୍କରେ ରହିଛି । ୨୦୨୩ ଡିସେମ୍ବର ସୁଦ୍ଧା ରାଜ୍ୟର ସମଗ୍ର ହାଇସ୍କୁଲ ଇକୋସିଷ୍ଟମରେ ପରିବର୍ତନ ଆଣି ୫-‘ଟି’ ରୂପାନ୍ତରଣ କାର୍ଯ୍ୟକ୍ରମର ଚତୁର୍ଥ ପର୍ଯ୍ୟାୟ ଶେଷ ହେବ । ଏକବିଂଶ ଶତାବ୍ଦୀର ଆବଶ୍ୟକତା ଅନୁଶୀଳନ କରାଯାଇ ଶିକ୍ଷାଗତ ପରିବର୍ତ୍ତନର ଏକ ଅଂଶ ଭାବରେ ଦକ୍ଷତା ଆକଳନ ସଂସ୍କାରକୁ ଅନ୍ତର୍ଭୁକ୍ତ କରାଯାଇଛି ।

 ଓଡ଼ିଶାର ସମସ୍ତ ବ୍ଲକରେ ମୋଟ ୩୧୫ଟି ଓଏଭି (ଓଡ଼ିଶା ଆଦର୍ଶ ବିଦ୍ୟାଳୟ) ସହିତ ୩୧୩ଟି ଶିକ୍ଷାନୁଷ୍ଠାନ, ୧୭୦ଟି ବାଳିକା ହଷ୍ଟେଲ ଓ ୩୨ଟି ବାଳକ ହଷ୍ଟେଲ ନିର୍ମାଣ କରାଯାଇ କାର୍ଯ୍ୟକ୍ଷମ କରାଯାଇଛି ।  ୫ ବର୍ଷ ମଧ୍ୟରେ ମୋ ସ୍କୁଲ ଯୋଜନା ଦ୍ୱାରା ୩୦ ଲକ୍ଷରୁ ଅଧିକ ପୂର୍ବତନ ଛାତ୍ରଛାତ୍ରୀ ଏବଂ ଅଭିଭାବକ ତଥା ସମ୍ପ୍ରଦାୟ ସଦସ୍ୟଙ୍କ ସହ ସଫଳତାର ସହ ସହଯୋଗିତା ମାଧ୍ୟମରେ ୫୦,୨୬୩ ଟି ବିଦ୍ୟାଳୟରେ ଆଖିଦୃଶିଆ ପରିବର୍ତ୍ତନ ଘଟିଛି । ଏହାବ୍ୟତୀତ ମୋ ସ୍କୁଲ ଯୋଜନା ସ୍କୁଲ ଆଡପ୍ସନ ପ୍ରୋଗ୍ରାମ ହାତକୁ ନେଇଥିଲା ଯେଉଁଥିରେ ନିଜ ସ୍କୁଲରେ ଯୋଗଦାନ କରିବାକୁ ଇଚ୍ଛା ରଖିଥିବା ବିଶିଷ୍ଟ ବ୍ୟକ୍ତିମାନେ ଉଭୟ ଶୈକ୍ଷିକ ଏବଂ ଅଣଶିକ୍ଷାଗତ କାର୍ଯ୍ୟକଳାପରେ ହସ୍ତକ୍ଷେପ କରିପାରିବେ ।

ଓଡ଼ିଶା ଇତିହାସରେ ଏକକାଳୀନ ସର୍ବବୃହତ୍ ନିଯୁକ୍ତି ରେ ବିଭାଗ ଗତ ୨-୩ ବର୍ଷ ମଧ୍ୟରେ ରେକର୍ଡ ସଂଖ୍ୟକ ଶିକ୍ଷକ ନିଯୁକ୍ତି କରିଛି । ଏହି ସଫଳତା ଉଭୟ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ର-ଶିକ୍ଷକ ଅନୁପାତରେ ଯଥେଷ୍ଟ ଉନ୍ନତି ଆଣିବାରେ ସହାୟକ ହୋଇଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଓ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଛାତ୍ରଛାତ୍ରୀଙ୍କ ସାର୍ଟିଫିକେଟ୍‌, ମାର୍କସିଟ୍ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସଂରକ୍ଷଣ ଓ ସମ୍ପ୍ରସାରଣ ପାଇଁ ଡିଜିଲକର ସୁବିଧା କାର୍ଯ୍ୟକାରୀ କରାଯାଇଛି । ଏହି ଭର୍ଚୁଆଲ ଲକର ଦସ୍ତାବିଜଗୁଡିକର ସୁରକ୍ଷିତ ରକ୍ଷଣାବେକ୍ଷଣକୁ ସୁନିଶ୍ଚିତ କରେ, ଚୋରି କିମ୍ବା କ୍ଷତିର ବିପଦକୁ ଦୂର କରିଥାଏ । ଡିଜିଲକର ବ୍ୟବସ୍ଥା ଦ୍ୱାରା ଛାତ୍ରଛାତ୍ରୀମାନେ ଆବଶ୍ୟକ ସ୍ଥଳେ ସହଜରେ ସେମାନଙ୍କ ଶିକ୍ଷାଗତ ଦସ୍ତାବିଜ କୁ ଆକସେସ୍ କରିପାରିବେ ଏବଂ ସେମାନଙ୍କୁ ସେମାନଙ୍କର ଶୈକ୍ଷିକ ରେକର୍ଡକୁ ସୁରକ୍ଷିତ ରଖିବାପାଇଁ ଏକ ସୁରକ୍ଷିତ ଏବଂ ଅସୁବିଧାମୁକ୍ତ ପଦ୍ଧତି ପ୍ରଦାନ କରିପାରିବେ ।

ନିକଟରେ ପ୍ରକାଶିତ ଦଶମ ବୋର୍ଡ ରେଜଲ୍ଟରେ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପୁଣି ଥରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି । ୩୨୨୨ ଟି ବିଦ୍ୟାଳୟ ୧୦୦% ଫଳାଫଳ ହାସଲ କରି ଉତ୍କର୍ଷତାର ସ୍ତରକୁ ଉନ୍ନତ କରିଛନ୍ତି । ୪୧୫୮ ଜଣ ଛାତ୍ରଛାତ୍ରୀ ୯୦% ରୁ ଅଧିକ ମାର୍କ ରଖିଥିବା ବେଳେ ୨,୩୦,୮୯୫ ଜଣ ଛାତ୍ରଛାତ୍ରୀ ୬୦%ରୁ ଅଧିକ ମାର୍କ ରଖିଛନ୍ତି ।ମୋଟ ୫,୧୨,୪୬୦ ଜଣ ଛାତ୍ରଛାତ୍ରୀ ପାସ୍ କରିବା ସହ ପାସ୍ ହାର ୯୬.୧୯ରେ ପହଞ୍ଚିଛି ।

ଓଡ଼ିଶାର ସମସ୍ତ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ କାର୍ଯ୍ୟରତ କର୍ମଚାରୀ ମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ଅନୁକମ୍ପା ରାଶି ୨ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ସ୍ଥାୟୀ ଅକ୍ଷମମାନଙ୍କ ନିମିତ୍ତ ଏହି ରାଶିକୁ ୧.୫ ଲକ୍ଷ ଟଙ୍କାରୁ ୨.୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି ।ଓସେପାର ଆଉଟସୋର୍ସ କର୍ମଚାରୀଙ୍କ ମାସିକ ସମନ୍ୱିତ ପାରିଶ୍ରମିକ ବୃଦ୍ଧି କରାଯାଇଛି ।୨୦୨୨-୨୩ ଆର୍ôଥକ ବର୍ଷରୁ ବହୁଭାଷୀ ଶିକ୍ଷା (ଏମ୍ ଏଲ୍ ଇ) ଶିକ୍ଷା ସ୍ୱେଚ୍ଛାସେବୀଙ୍କ ଦରମା ମାସିକ ୩୨୦୦ ଟଙ୍କାରୁ ୫୩୭୯ ଟଙ୍କାକୁ ବୃଦ୍ଧି କରାଯାଇଛି ।୦୧- ୫-‘ଟି’ ଚାର୍ଟର ଅଧୀନରେ ବିଭାଗ ହାଇସ୍କୁଲ ଟ୍ରାନ୍ସଫର୍ମେସନ୍ କାର୍ଯ୍ୟକ୍ରମ ହାତକୁ ନେଇଛି ଏବଂ ତିନୋଟି ପର୍ଯ୍ୟାୟରେ ରାଜ୍ୟର ମୋଟ ୬୧୨୩ଟି ହାଇସ୍କୁଲରେ ପରିବର୍ତ୍ତନ କରିଛି ।  ରାଜ୍ୟ ସରକାର ୨୦୨୩-୨୪ ଆର୍ôଥକ ବର୍ଷରୁ ଆରମ୍ଭ ହେଉଥିବା ଗଙ୍ଗାଧର ମେହେର ଶିକ୍ଷା ମାନକ ବୃଦ୍ଧି ଯୋଜନାରେ ସାଇକେଲ ପାଇଁ ଆବଣ୍ଟନ ୨୬୦୦ ଟଙ୍କାରୁ ୩୫୦୦ ଟଙ୍କାକୁ ବୃଦ୍ଧି କରିଛନ୍ତି ।

 ରାଜ୍ୟର ସମସ୍ତ ପିଲାଙ୍କୁ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ପ୍ରଦାନ କରିବା ଉଦ୍ଦେଶ୍ୟରେ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ନବମ ଓ ଦଶମ ଶ୍ରେଣୀରେ ପଢୁଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ୟୁନିଫର୍ମ ପ୍ରଦାନ କରିବା ପାଇଁ ୨୦୨୩-୨୪ ଆର୍ôଥକ ବର୍ଷରୁ ମୁଖ୍ୟମନ୍ତ୍ରୀ ଶିକ୍ଷକ ପରିଧାନ ଯୋଜନା ଆରମ୍ଭ କରାଯିବ ।

Leave a Reply

Your email address will not be published. Required fields are marked *