ଜଗତସିଂହପୁର ତରିକୁନ୍ଦଠାରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା /ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ପୂର୍ବରୁ ବିଜେପି କର୍ମୀଙ୍କ ହଙ୍ଗାମା ଦେଖିବାକୁ ମଳିଛି ଏବଂ ଚେୟାର ଫିଙ୍ଗା ଘଟଣାକୁ ତୀର୍ତ୍ତୋଲ ବିଜେଡି ବିଧାୟକ ରମାକାନ୍ତ ଭୋଇ ଦୃଢ଼ ନିନ୍ଦା କରିବା ସହିତ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ବିଧାୟକ କହିଛନ୍ତି ସାରା ରାଜ୍ୟରେ ଜନ ସାଧାରଣଙ୍କୁ ସରକାରଙ୍କ ପକ୍ଷରୁ ଶାନ୍ତିଶୁଙ୍ଖଳା ସହ କାର୍ଡ ବଣ୍ଟା ଯାଉଥିବା ସମୟରେ ବିଜେପି ସରକାର କାର୍ଯ୍ୟକ୍ରମରେ ବିଜେପିର କର୍ମୀମାନେ ଯେଉଁଭଳି ଭାବେ ବିଶୁଙ୍ଖଳିତ ଆଚରଣ କଲେ ଏହା ଏକ ନିନ୍ଦନୀୟ ଘଟଣା । ସରକାରୀ କର୍ମଚାରୀଙ୍କୁ ଦୁର୍ବ୍ୟବହାର ଏବଂ କାର୍ଯ୍ୟକ୍ରମକୁ ବନ୍ଦ କରାଇବାର ତଦନ୍ତ କରାଯାଇ ବିଶୁଙ୍ଖଳିତ ବିଜେପି କର୍ମୀଙ୍କ ଉପରେ ଦୃଢ଼ କାର୍ଯ୍ୟନୁଷ୍ଠାନ ପାଇଁ ଦାବି କଲେ ବିଧାୟକ। ପ୍ରଶାସନ ପକ୍ଷରୁ ୨୪ ଘଣ୍ଟା ମଧ୍ୟରେ ଯଦି କାର୍ଯ୍ୟନୁଷ୍ଠାନ ଗ୍ରହଣ କରା ନ ଯାଏ ତେବେ ବିଧାୟକଙ୍କ ସମେତ ବିଜେଡି କର୍ମୀମାନେ ଥାନା ଘେରାଉ କରିବେ ବୋଲି ଗଣମାଧ୍ୟମ ଆଗରେ ଚେତାବନୀ ଦେଇଛନ୍ତି ବିଧାୟକ ।ସୂଚନା ମୁତାବକ ତରିକୁନ୍ଦଠାରେ ଆୟୋଜିତ ଆୟୁଷ୍ମାନ କାର୍ଡ ବଣ୍ଟନ କାର୍ଯ୍ୟକ୍ରମରେ ବିଡ଼ିଓ ବିଜେପି କର୍ମୀ ଓ ନେତାମାନଙ୍କୁ ନିମନ୍ତ୍ରଣ କରି ନ ଥିବା ପ୍ରତିବାଦରେ ଜିଲ୍ଲା ବିଜେପି ଓବିସି ସେଲ ସଭାପତି ସୁବୋଧ ବାରିକଙ୍କ ନେତୃତ୍ୱରେ ଶତାଧିକ ବିଜେପି କର୍ମୀ ଚେୟାର ଫିଙ୍ଗିବା ସହିତ ମଞ୍ଚ ଭଙ୍ଗାରୁଜା କରିଥିଲେ ।ଯାହାକୁ ତୀର୍ତ୍ତୋଲ ବିଧାୟକ ରମାକାନ୍ତ ଭୋଇ ନିନ୍ଦା କରିବା ସହ ନିଜର ପ୍ରତିକ୍ରିୟା ରଖିଛନ୍ତି।

Naxatra News is now on Whatsapp
Join and get latest news update delivered to you via whatsapp
Join Now