ବିବାହ କରି ବାସନ୍ଦ ହେଲେ ପ୍ରଦୀପ ମାଝୀ

ବାହା ହେଲେ ବୋଲି ୧୨ ବର୍ଷ ବାସନ୍ଦର ସଜ୍ଜା। ନବରଙ୍ଗପୁରର ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କୁ ଏଭଳି ବାସନ୍ଦ କରିଛି ଭତ୍ରା ସମାଜ। ନିଜ ଜାତି ଛାଡ଼ି ଅନ୍ୟ ଜାତିରେ ବିବାହ କରିଥିବାରୁ ସାମାଜିକ ବାସନ୍ଦ ଦଣ୍ଡରେ ଦଣ୍ଡିତ କରିଛି ଭତ୍ରା ସମାଜ। ଧାମନାଗୁଡ଼ାରେ ଅନୁଷ୍ଠିତ ଆଦିବାସୀ ଭତରା ସମାଜର କେନ୍ଦ୍ରୀୟ କମିଟି ଏହି ନିଷ୍ପତ୍ତି ନେଇଛି। ପ୍ରଦୀପଙ୍କ ପରିବାରର କୌଣସି ଭଲମନ୍ଦ କାମରେ ଏଣିକି ଆଦିବାସୀ ସମାଜର ଲୋକେ ସାମିଲ୍ ହେବେନି ବୋଲି କଠୋର ନିଷ୍ପତ୍ତି ନିଆଯାଇଛି। ମାର୍ଚ୍ଚ ୧୨ରେ ଗୋଆରେ କେନ୍ଦ୍ରାପଡ଼ାର ସୁଶ୍ରୀ ସଙ୍ଗୀତା ସାହୁଙ୍କ ସହ ପ୍ରଦୀପ ବିବାହ କରିଛନ୍ତି। ପ୍ରଦୀପ ନିଜ ଜାତିରେ ବିବାହ ନ କରି ଅନ୍ୟ ଜାତିରେ ବିବାହ କରି ନିଜ ସମାଜ ପ୍ରତି ଘୃଣାଭାବ ଦେଖାଇଥିବାରୁ ଏଭଳି ନିଷ୍ପତ୍ତି ନେଇଛି ସମାଜ। ପୂର୍ବରୁ ପ୍ରଦୀପ ନିଜ ଭଉଣୀ ସଞ୍ଜୁ ମାଝୀଙ୍କ ବିବାହ ଏକ ବ୍ରାହ୍ମଣ ପରିବାରରେ କୋରାପୁଟର ଜଗନ୍ନାଥ ମନ୍ଦିରରେ କରାଇ ଏଭଳି ବିବାଦରେ ଫସିଥିଲେ। ଏଥର ନିଜେ ଅନ୍ୟ ଜାତିରେ ବିବାହ କରି ପୁଣି ଅଡୁଆରେ ଫସିଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *