ଯାଜପୁରର ପ୍ରସିଦ୍ଧ ବାରୁଣୀ ସ୍ନାନ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ବିଶ୍ୱାସ ରହିଛି ଏହି ଦିନରେ ପବିତ୍ର ବୈତରଣୀରେ ବୁଡ ପକାଇବା ସହ ପିଣ୍ଡ ଦାନ କଲେ ପିତୃ ପୁରୁଷ ମୋକ୍ଷ ପାପ୍ତି ହୋଇ ଥାଆନ୍ତି । ବାରୁଣୀ ମେଳାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଓ ପୌର ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ବୈତରଣୀ ନଦୀର ଦଶାଶ୍ୱମେଧ ଘାଟରେ ପ୍ରତ୍ୟେକ ବର୍ଷ ପବିତ୍ର ବାରୁଣୀ ସ୍ନାନ ସହ ବାରୁଣୀ ମେଳା ଅନୁଷ୍ଠିତ ହୁଏ । ବାରୁଣୀ ଯୋଗରେ ପବିତ୍ର ବୈତରଣୀରେ ବୁଡ ପକାଇବାକୁ ଶ୍ରଦ୍ଧାଳୁ ମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥାଏ । ଏହିଚଳିତ ବର୍ଷ ୨୬ ତାରିଖ ରାତ୍ର ୧୧ଟା ୪୮ ଠାରୁ ୨୭ ତାରିଖ ଦିନ ୮ଟା ୧୨ ପର୍ଯ୍ୟନ୍ତ ବାରୁଣୀ ସ୍ନାନ ଯୋଗ ରହୁଥିବା ଜଣାପଡିଛି। ଶ୍ରଦ୍ଧାଳୁ ମାନଙ୍କ ବୁଡ଼ ଓ ସ୍ନାନ ପାଇଁ ପ୍ରଶାସନ ଓ ଯାଜପୁର ପୌର ପାଳିକା ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ସେପଟରେ ଆଜି ସେହି ଘାଟକୁ ପରିଷ୍କାର ପରିଚ୍ଛନ୍ନ କରିବା ସହ ଶ୍ରଦ୍ଧାଳୁ ମାନଙ୍କ ସୁରକ୍ଷା ପାଇଁ ବାରିଗେଟ ବ୍ୟବସ୍ଥା କରାଯାଇଛି । ତେବେ ପୂର୍ବରୁ ଜିଲ୍ଲାପାଳ ପି ଅନ୍ୱେଶା ରେଡ଼ିଙ୍କ ଅଧକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଭିନ୍ନ ଲାଇନ ଡିପାର୍ଟମେଣ୍ଟର ଅଧିକାରୀ ମାନେ ଉପସ୍ଥିତ ଥିଲେ। ସେହିପରି ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ସମ୍ଭାବ୍ୟ ଭିଡ ପାଇଁ ଜିଲ୍ଲା ପ୍ରଶାସନ ଓ ପୌର ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିବା ଯାଜପୁର ପୌରପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

Naxatra News is now on Whatsapp
Join and get latest news update delivered to you via whatsapp
Join Now