()ବିଧାୟକ ଶଶୀଭୂଷଣଙ୍କ ପାଇଁ ବଢୁଛି ଅଡୁଆ । ପ୍ରଥମେ ଅଣ୍ଡାମାଡ ଆଉ ପରେ କେନ୍ଦ୍ରାପଡା ବଞ୍ଚାଓ ନେଇ ବିରୋଧ ପ୍ରଦର୍ଶନ। ଗାଦି ଛାଡିବା ପାଇଁ ବିଭିନ୍ନ ସ୍ଥାନରେ ପୋଷ୍ଟର । ପୋଷ୍ଟରରେ ବିଧାୟକଙ୍କ ସହ ତାଙ୍କ ପୁଅଙ୍କୁ ମଧ୍ୟ ସମାଲୋଚନା କରାଯାଇଛି। ଏମିତି କି ସେ ବିଧାୟକ ହୋଇ କେନ୍ଦ୍ରାପଡାବାସୀଙ୍କ ପାଇଁ କଣ କରିଛନ୍ତି ତାର ଜାବାବ ମଧ୍ୟ ମଗାଯାଇଛି । ଅନ୍ୟପଟେ ବିଧାୟକ କହିଛନ୍ତି ମୋର ଉନ୍ନତିମୂଳକ କାମ ଦେଖି ସହିପାରୁନାହାନ୍ତି ।
ପ୍ରଥମେ ଅଣ୍ଡାମାଡ ଆଉ ପରେ କେନ୍ଦ୍ରାପଡା ବଞ୍ଚାଓ ନେଇ ବିରୋଧ ପ୍ରଦର୍ଶନ। ଗାଦି ଛାଡିବା ପାଇଁ ବିଭିନ୍ନ ସ୍ଥାନରେ ପୋଷ୍ଟର । ପୋଷ୍ଟରରେ ବିଧାୟକଙ୍କ ସହ ତାଙ୍କ ପୁଅଙ୍କୁ ମଧ୍ୟ ସମାଲୋଚନା । ଏମିତି କି ସେ ବିଧାୟକ ହୋଇ କେନ୍ଦ୍ରାପଡାବାସୀଙ୍କ ପାଇଁ କଣ କରିଛନ୍ତି ତାର ଜାବାବ ମଧ୍ୟ ମଗାଯାଇଛି । ତେବେ ବିଧାନସଭା ନିର୍ବାଚନ ଆଉ କିଛି ଦିନ ଥିବା ବେଳେ ଏବେ ବିଧାୟକ ଓ ତାଙ୍କ ପୁଅଙ୍କ ବିରୋଧରେ ବିରୋଧ ପଦର୍ଶନ କରାଯାଇ କଟୁ ଭାଷାରେ ସମାଲୋଚନା ବି କରାଯାଇଛି । ତାସହ ପରଦେଶୀ ବାପାପୁଅ ଗ୍ୟାଙ୍ଗ ହଟାଓ,କେନ୍ଦ୍ରାପଡ଼ା ବଞ୍ଚାଅ ନାରା ଦିଆଯାଇଥିଲା ।’
କେନ୍ଦ୍ରାପଡ଼ା ବ୍ଳକ୍ ଓ ସହରରେ ଦିନକୁ ଦିନ ଶଶିଙ୍କ ବିପକ୍ଷରେ ବିରୋଧ ଓ ଜନଅସନ୍ତୋଷ ବଢ଼ିବାକୁ ଲଗିଲାଣି। ସାଧାରଣ ନିର୍ବାଚନ ଅବ୍ୟବହିତ ପୂର୍ବରୁ ଆଉ ବର୍ଷେରୁ ଅଧିକ ସମୟ ଥିବାବେଳେ ବିଧାୟକ ଓ ତାଙ୍କ ପୁଅଙ୍କ ବିରୋଧରେ ବଢ଼ୁଥିବା ଅସନ୍ତୋଷକୁ ଦଳ କେମିତି ଗ୍ରହଣ କରୁଛି ଓ ତାର ପ୍ରତିକାର ପାଇଁ କି’ ପଦକ୍ଷେପ ନେଉଛି ତା’ ଉପରେ ସମସ୍ତଙ୍କ ନଜର ଥିବାବେଳେ ବିଧାୟକ ଶ୍ରୀ ବେହେରାଙ୍କୁ ଏନେଇ ପଚାରିବାରୁ ସେ ଜାଣିନଥିବା କହିଛନ୍ତି। ତାଙ୍କର ବିକାଶମୂଳକ କାମ ଦେଖି କେହି ସହିନପାରି ଏପରି କାମ କରିଥାଇପାରନ୍ତି ଆଉ ଏଥିରେ କିଛି ତାଙ୍କର ଫରକ ପଡ଼ିବ ନାହିଁ କହିଛନ୍ତି ।
ତେବେ ଏହି ବିରୋଧ ପ୍ରଦର୍ଶନ ଆଗାମୀ ନିର୍ବାଚନରେ କଣ ପ୍ରଭାବ ପଡିବ ତାହା ଆଗାମୀ ଦିନରେ ଜଣାପଡିବ ।
ଦିଲ୍ଲୀପ ମହାନ୍ତି
Naxatra News is now on Whatsapp
Join and get latest news update delivered to you via whatsapp
Join Now