ଜଗତସିଂହପୁର ଜିଲ୍ଲାର ରଘୁନାଥପୁର ବ୍ଲକ ତରିକୁନ୍ଦ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଆୟୁଷମାନ କାର୍ଡ ବଣ୍ଟନ କାର୍ଯ୍ୟକ୍ରମରେ କନିଷ୍ଠ ଯନ୍ତ୍ରୀଙ୍କୁ ଆକ୍ରମଣ ଘଟଣାରେ ବ୍ଲକ୍ ର ସମସ୍ତ କର୍ମଚାରୀ ଶାନ୍ତିପୂର୍ଣ୍ଣ ଭାବେ କଲମ ଛାଡ ଆନ୍ଦୋଳନ କରିଛନ୍ତି। ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ହୋଇଛି। ଅନ୍ୟ ପଟରେ ସାଧାରଣ ଲୋକ ବ୍ଲକକୁ ଆସୁଥିବା କାମ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମଖୀନ ହୋଇଛନ୍ତି।।ବିଜେପି କର୍ମୀଙ୍କୁ ଅଣଦେଖା ଓ ସରକାରଙ୍କ ଲୋକାଭିମୁଖୀ ଯୋଜନାକୁ ପଣ୍ଡ ପରିବା ବିରୋଧରେ ତରିକୁନ୍ଦ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ହେବାକୁ ଥିବା ଆୟୁଷ୍ମାନ ଭାରତ କାର୍ଡ ବଣ୍ଟନ କାର୍ଯ୍ୟକ୍ରମକୁ ବିଜେପି କର୍ମୀ ବିରୋଧ କରିଥିଲେ।। ଏହାକୁ ନେଇ କନିଷ୍ଠ ଯନ୍ତ୍ରୀ ପ୍ରଦିପ୍ତା ଖୁଣ୍ଟିଆ, ଡିଇଓ ସୂର୍ଯ୍ୟକାନ୍ତ ସାହୁଙ୍କୁ ବିଜେପି କର୍ମୀ ଆକ୍ରମଣ କରିଥିବାର ଜଗତସିଂହପୁର ଥାନାରେ ଏତଲା ହୋଇଛି।। ଏହି ଘଟଣାରେ ପୋଲିସ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।। ହେଲେ ଦୋଷୀକୁ ଦଣ୍ଡ ହେବା ଜିଦିରେ ବ୍ଲକ୍ କର୍ମଚାରୀ କଲମ ଛାଡ ଆନ୍ଦୋଳନରେ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ଦେଇଥିଲେ ।

Naxatra News is now on Whatsapp
Join and get latest news update delivered to you via whatsapp
Join Now