ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ରେ ପ୍ରବାଦ ପୁରୁଷ ବିଜୁବାବୁଙ୍କର ପ୍ରତିମୂର୍ତ୍ତି ପୋଡିବା ଘଟଣାକୁ ନିନ୍ଦା କରିଛି ବ୍ରହ୍ମପୁର ବିଜୁ ଜନତା ଦଳ । ଘଟଣାକୁ ନିନ୍ଦା କରି ବ୍ରହ୍ମପୁର ବେହେରା ସାହି ସ୍ଥିତ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ପ୍ରତିବାଦ ସଭା କରିଛି । ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ନେତୃତ୍ୱରେ ଏହି ପ୍ରତିବାଦ ସଭା ହୋଇଥିଲା ।ପାଟଣାଗଡ଼ରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତିକୁ ଅତି ଅସମ୍ମାନ ଭାବେ କେହି ଦୁବୃର୍ତ୍ତ ନିଆଁ ଲଗାଇ ପୋଡ଼ି ଦେଇଛି । ସମ୍ପୃକ୍ତ ଦୁବୃର୍ତ୍ତ ବିଜେପି ନେତାଙ୍କ କହିବା ପ୍ରକାରେ ହିଁ ଏଭଳି କାମ କରିଥିବ ବୋଲି ଅଭିଯୋଗ କରିଛି ବିଜେଡ଼ି । କାରଣ ଜଣେ ସାଧାରଣ ଦୁବୃର୍ତ୍ତ କାହିଁକି ବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିକୁ ନିଆଁ ଲଗାଇବ । ବିଜେପି ସରକାର ଓଡ଼ିଆ ଅସ୍ମିତା କହି କହି ସରକାରକୁ ଆସିଥିବା ବେଳେ ଓଡ଼ିଆ ଅସ୍ମିତାର ପ୍ରତୀକ ତଥା ଓଡ଼ିଶାର ବରପୁତ୍ରକୁ ସବୁଠାରୁ ବଡ଼ ଅସମ୍ମାନ କରିଛି । ପ୍ରଥମେ ବିଜୁବାବୁଙ୍କ ପ୍ରତିମୂର୍ତ୍ତିକୁ ମୁଣ୍ଡରୁ ଗଣ୍ଡିକୁ ଅଲଗା କରିବା ଓ ଆଉ ଏବେ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ନିଆଁ ଲଗାଇବା ଏଇ ଦୁଇ ଦୁଇଟି ଘଟଣା ଘଟିଥିବା ବେଳେ ବିଜେପି ସରକାର ନିଜ ଦୋଷକୁ ଲୁଚାଇ ଅଭିଯୁକ୍ତକୁ ଗିରଫ କରୁନାହିଁ। ତେଣୁ ଖୁବଶିଘ୍ର ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରାନଗଲେ ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ବୋଲି ଚେତାବନୀ ଦେଇଛନ୍ତି ବିଜେଡ଼ି ନେତା । ଏହି ଅବସରରେ ବିଜେଡ଼ିର ଗଞ୍ଜାମ ଜିଲ୍ଲା ଡ଼ା ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ବ୍ରହ୍ମପୁରର ପୂର୍ବତନ ସାଂସଦ ଚନ୍ଦ୍ର ଶେଖର ସାହୁ, ମେୟର ସଂଘମିତ୍ରା ଦଳେଇଙ୍କ ସମେତ ବହୁ ବିଜେଡ଼ି ନେତା ଓ କର୍ମୀ ସାମିଲ ଥିଲେ ।

Naxatra News is now on Whatsapp
Join and get latest news update delivered to you via whatsapp
Join Now