ଯୋଗାଣ ଅଧିକାରୀ କାର୍ଯ୍ୟାଳୟ ପାଲଟିଛି ଜନ ସମୁଦ୍ର

ଭଣ୍ଡାରିପୋଖରୀ ଯୋଗାଣ ଅଧିକାରୀ କାର୍ଯ୍ୟାଳୟ ପାଲଟିଛି ଜନ ସମୁଦ୍ର | ନୂତନ ରେସନ କାର୍ଡରେ EKYC ଓ କାର୍ଡରେ ନୂତନ ନା ସଂଯୋଗ କରିବା ଭଳି ବିଭିନ୍ନ ସମସ୍ୟାକୁ ନେଇ ଯୋଗାଣ ଅଧିକାରୀଙ୍କ ଅଫିସ ସାମ୍ନାରେ ଲାଗିଛି ଲମ୍ବା ଲାଇନ | ପ୍ରଚଣ୍ଡ ଗ୍ରୀଷ୍ମ ପ୍ରଭାବରେ ହନ୍ତସନ୍ତ ହେଉଛନ୍ତି ହିତାଧିକାରୀ | ଯେଉଁମାନେ ୨୦୨୦ରୁ ରାସନ କାର୍ଡ ପାଇବାରୁ ବଂଚିତ ହୋଇଥିଲେ ସେମାନେ ଅନଲାଇନ ଜରିଆରେ ରାସନ କାର୍ଡ ପାଇବା ପାଇଁ ଆବେଦନ କରିଥିଲେ | ସେଇ ହିତାଧିକାରୀ ମାନେ ଯୋଗାଣ ଅଧିକାରୀଙ୍କ କାର୍ଯାଳାୟରେ ପହଞ୍ଚି ନିଜର ପରିବାର ସଦସ୍ୟ ମାନଙ୍କୁ ନେଇ EKYC କରିବା ସହ ନୂଆ ରାସନ କାର୍ଡ ପାଇବା ନେଇ ଆଶା ରଖିଛନ୍ତି | ସେଥିପାଇଁ ୨୦ ତାରିଖରୁ ନୂଆ ରାସନ କାର୍ଡ ପ୍ରକ୍ରିୟା ଆରମ୍ଭ ହୋଇଛି | ସରକାରଙ୍କ ନିର୍ଦେଶ ରହିଛି ଖୁବ ଶୀଘ୍ର ସଠିକ ହିତାଧିକାରୀ ମାନଙ୍କୁ ଚିହ୍ନଟ କରି ରାସନ କାର୍ଡ ଦେବା ବ୍ୟବସ୍ତା କରାଯାଉଛି |

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *