ମଣିପୁର ଘଟଣାରେ କାର୍ଯ୍ୟାନୁଷ୍ଠାନ ଦାବିରେ ଭୀମ୍ ଆର୍ମୀ ପକ୍ଷରୁ ପ୍ରତିବାଦ ସଭା

Spread the love

ଭୁବନେଶ୍ୱର : ମଣିପୁରର “ମାହପାପ” ପ୍ରତିବାଦରେ ଭୀମ୍ ଆର୍ମୀ “ଭାରତ ଏକତା ମିଶନ”ପକ୍ଷରୁ ତରଫରୁ ଭୁବନେଶ୍ୱର ପିଏମ୍ ଜି ଛକରେ ଠାରେ ବହୁ ରାଜ୍ୟସ୍ତରୀୟ କର୍ମୀ ଏକତ୍ରିତ ହୋଇ ପ୍ରତିବାଦ ସଭା କରାଯାଇ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରାଯାଇଅଛି ।

ଭୀମ୍ ଆର୍ମୀ ରାଜ୍ୟ ଉପସଭାପତି ନିହାର ରଞ୍ଜନ ସାମଲଙ୍କ ନେତୃତ୍ୱରେ ଶତାଧିକ କର୍ମୀ ପ୍ରତିବାଦକରି ଦେଶ ସ୍ୱାଧିନତାର ୭୫ ବର୍ଷ ପରେ ବି ମୂଳନିବାସୀ ମାନଙ୍କ ଉପରେ ଜାତିଗତ ନିର୍ଯ୍ୟାତନା ହୁ ହୁ ହୋଇ ଅତ୍ୟଧିକ ବୃଦ୍ଧି ପାଉଛି । ମଣିପୁରର କାଙ୍ଗାପୋକସି ଜିଲ୍ଲାର ନଙ୍ଗପୋକ ସେକ୍ମାଇ ଥାନା ଅଞ୍ଚଳରେ ମହିଳା ଦ୍ୱୟଙ୍କୁ ଗତ ମେଁ ମାସ ୩ ତାରିଖରେ ଗଣ ଦୁଷ୍କର୍ମ ସହ ରାଜରାସ୍ଥାରେ ଉଲଗ୍ନ କରି ବୁଲାଇବା ଘଟଣା ଲଜ୍ଜାଜନକ । ଦେଶର ସମ୍ବିଧାନ ବର୍ତ୍ତମାନ ବିପଦରେ ଓ ଅନୁସୂଚିତ ଜାତି,ଜନଜାତ,ସଂଖ୍ୟାଲଘୁ ଲୋକ ମାନେ ଅସୁରକ୍ଷିତ ଅଛନ୍ତି । ଅଭିଯାନର ଦାବୀ ସମୂହରେ ସୁପ୍ରିମ୍କୋର୍ଟ୍ କିମ୍ବା ହାଇକୋର୍ଟ୍ ଷ୍ଟାଣ୍ଡିଙ୍ଗ୍ ଜଜ୍ ଙ୍କ ଜରିଆରେ ତଦନ୍ତ କରାଯାଇ ତୁରନ୍ତ ଦୋଷୀ ମାନଙ୍କପ୍ରତି କାର୍ଯ୍ୟାନୁଷ୍ଠାନ,କଠୋର ଦଣ୍ଡ ତଥା ଫାଶୀ,ଏସ୍ସି,ଏସଟି ନିର୍ଯ୍ୟାତନା ନିର୍ବାରଣ ଆଇନ୍ ଦୃଢ କଡ଼ାକଡ଼ି,ମଣିପୁର ସରକାର ଓ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ବରଖାସ୍ତ,ନିର୍ଯ୍ୟାତିତା ପରିବାରକୁ ଚାକିରୀ ଓ ୧୦ କୋଟି ଟଙ୍କା ପ୍ରଦାନ,ଏସ୍ସି,ଏସ୍ଟି ନିର୍ଯ୍ୟାତନା ମାମଲାରେ ତଳ କୋର୍ଟରେ ଜାମିନ ଦେବାକୁ ବନ୍ଦ କରିବା ଦାବୀ କରିଛନ୍ତି ।

Leave a Reply

Your email address will not be published. Required fields are marked *