ନ୍ୟାୟ ପାଇଁ ଦାବି 

Spread the love

ଜଳେଶ୍ବର: ବନ୍ୟା ବାତ୍ୟା ପାଇଁ ସରକାରଙ୍କ ଅନେକ ଯୋଜନା । ହେଲେ ସେଥିରୁ ବଞ୍ଚିତ ହେଉଛନ୍ତି ଲୋକେ । ସରକାର ବନ୍ୟା ଓ ବାତ୍ୟା ସମୟରେ କ୍ଷୟକ୍ଷତି ସହିତ ପ୍ରଭାବିତ ଲୋକମାନଙ୍କ ପାଇଁ ରିଲିଫ ଏବଂ ଆର୍ଥିକ ରାଶି ଯୋଗେଇ ଦେଉଥିଲାବେଳେ ପଞ୍ଚାୟତ ସରପଂଚ, ୱାର୍ଡ ମେମ୍ୱର ଓ ଗ୍ରାମର ଟାଣୁଆ ନେତା ମାନେ ଏହାକୁ ଚଳୁ କରୁଛନ୍ତି । ଯାହା ଫଳରେ ପ୍ରଭାବିତ ହୋଇଥିବା ଗରିବ ପରିବାର ଏହି ସହାୟତା ରାଶି ପାଇବାରୁ ବଂଚିତ ହେଉଛନ୍ତି ।

ଚଳୁ ହେଉଛି ବନ୍ୟା ପ୍ରଭାବିତଙ୍କ ପାଇଁ ଆସିଥିବା ସହାୟତା ରାଶି । ନ୍ୟାୟ ପାଇଁ ଗ୍ରାମବାସୀଙ୍କ ଦାବି । ଆମେ କହୁଛୁ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ପାଇକସିଦା ପଂଚାୟତ କଥା । ଚଳିତ ବର୍ଷ ସୁବର୍ଣ୍ଣ ରେଖା ବନ୍ୟାରେ ବହୁ ଗାଁ ପ୍ରଭାବିତ ହୋଇଥିଲାବେଳେ ବହୁ ଲୋକ ପ୍ରଭାବିତ ହୋଇଥିଲେ । ବହୁ ଧନଜୀବନ ମଧ୍ୟ କ୍ଷୟକ୍ଷତି ହୋଇଥିଲା । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାଙ୍କ ତରଫରୁ ବନ୍ୟା ପ୍ରଭାବିତ ମାନଙ୍କୁ ୭ଦିନର ରିଲିଫ ସହାୟତା ଅର୍ଥରାଶି ମଧ୍ୟ ଯୋଗାଇ ଦିଆଯାଇଥିଲା । ବ୍ଲକ ତରଫରୁ ବନ୍ୟା ପ୍ରଭାବିତ ଗାଁ ନାମ ପ୍ରଦାନ କରିବାକୁ ପଂଚାୟତ ସରପଞ୍ଚକୁ ନିର୍ଦେଶ ରହିଥିଲା ବେଳେ ପଂଚାୟତ ସରପଞ୍ଚ ଓ ୱାର୍ଡ ସଭ୍ୟ କେଶପୁରା ଓ ପାଇକସିଦା ଗ୍ରାମକୁ ଏଥିରୁ ବାଦ ଦେଇଥିଲେ । ଅନ୍ୟ ବନ୍ୟା ପ୍ରପୀଡତ ଗାଁ ପାଇଁ ଆସିଥିବା ସହାୟତା ରାଶିକୁ ମଧ୍ୟ ସରପଂଚ , ୱାର୍ଡ ସଭ୍ୟ ଓ ସ୍ଥାନୀୟ ଅଂଚଳର କିଛି ଲୋକ ଚଳୁ କରିଥିବା ଦେଖିବାକୁ ମିଳିଛି ।

ବିଶେଷ କରି ୯ନଂ ୱାର୍ଡର ୱାର୍ଡ ସଭ୍ୟ ପଣ୍ଡିତ ସାଙ୍ଗିଆ ଧାରୀ ମହିଳାଙ୍କ ପରିବାରର ସଦସ୍ୟ ୧୪ଥିଲା ବେଳେ ୪୦ଦର୍ଶାଇ ଅର୍ଥ ହଡପ କରାଯାଇଛି । ଏନେଇ ବିଡିଓଙ୍କୁ ଜଣାଇଥିଲେ ବି କୌଣସି ସୁଫଳ ମିଳିନଥିଲା । ଶେଷରେ ବ୍ଲକରେ ଅନୁଷ୍ଠିତ ହୋଇ ଥିବା ଯୁଗ୍ମ ଜନ ଶୁଣାଣୀରେ ଗ୍ରାମବାସୀମାନେ ଅଭିଯୋଗ କରିବା ସହିତ ନ୍ୟାୟ ପାଇଁ ଦାବି କରିଛନ୍ତି । ଏନେଇ ବାଲେଶ୍ୱର ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିବା ବେଳେ ତଦନ୍ତ ପାଇଁ ବିଡ଼ିଓଙ୍କୁ ନିର୍ଦେଶ ଦିଆଯାଇଥିବା କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ।

ତେବେ କେବେ ଏହି ଲେକମାନେ ନିଜ ଅର୍ଥ ଫେରି ପାଉଛନ୍ତି ତାହା ଦେଖିବାକୁ ବାକି ରହିଲା ।

Leave a Reply

Your email address will not be published. Required fields are marked *