ପୁରୀ ପୋଲିସ ହାତରେ ଅପରାଧୀ ଗ୍ୟାଙ୍ଗ

ପୁରୀ ପୋଲିସ ହାତରେ ଅପରାଧୀ ଗ୍ୟାଙ୍ଗ । ଟାଉନ ଥାନା ଏବଂ ତାଳବଣିଆ ଥାନା ପକ୍ଷରୁ ଚଢ଼ାଉ କରାଯାଇ ଅପରାଧୀ ଗ୍ୟାଙ୍ଗ କୁ ଗିରଫ କରାଯାଇଛି । ଅଭିଯୁକ୍ତ ମାନଙ୍କ ଠାରୁ ୩ଟି ବନ୍ଧୁକ, କଟୁରୀ ଜବତ କରିଛି ପୁରୀ ପୋଲିସ । ଅପରାଧ ଘଟାଇବା ଲାଗି ଯୋଜନା କରୁଥିବା ବେଳେ ୧୦ ଜଣକୁ ମାଡ଼ିବସିଲା ପୋଲିସ । ତାଳବଣିଆ ଜଙ୍ଗଲ ଏବଂ ଟାଉନ ଥାନା ଅଞ୍ଚଳ ରେ ଅପରାଧୀ ମାନେ ଅପରାଧ ଘଟାଇବା ଲାଗି ଯୋଜନା କରୁଥିବା ବେଳେ ମାଡ଼ିବସିଥିଲା ପୋଲିସ । ଗିରଫ ଅଭିଯୁକ୍ତ ଙ୍କ ନାମ ରେ ପୂର୍ବରୁ ଅନେକ ମାମଲା ପୁରୀ ରେ ବିଭିନ୍ନ ଥାନାରେ ରହିଛି । ଅପରେସନ ଚକ୍ର ଆଧାର ରେ ପୁରୀ ପୋଲିସ ପକ୍ଷରୁ ସହର ରେ ଅପରାଧୀ ଏବଂ ନିଶା କାରବାର ଉପରେ କଡା ନଜର ରଖିଛି ପୁରୀ ପୋଲିସ । ତାକବଣିଆ ଥାନା ଓ ଟାଉନ ଥାନା ପକ୍ଷରୁ ବିଭିନ୍ନ ସ୍ଥାନ ରେ ଚଢ଼ାଉ କରାଯାଇଛି ଅପରାଧୀ ଗ୍ୟାଙ୍ଗ କୁ ଧରିବାରେ ସଫଳ ହୋଇଛନ୍ତି । ସାମ୍ବାଦିକ ସମିଳନୀ ରେ ସୂଚନା ଦେଲେ ପୁରୀ ଏସ୍ପି ପ୍ରତିକ୍ ସିଂ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *