ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ ରତ୍ନଭଣ୍ଡାର ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ। ଏନେଇ ଜଷ୍ଟିସ ରଥ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି। ରଥଯାତ୍ରାରେ ମହାପ୍ରଭୁ ଶ୍ରୀମନ୍ଦିରରେ ନଥିବା ସମୟରେ ତଦାରଖ କମିଟି ଭିତର ରତ୍ନଭଣ୍ଡାର ଖୋଲି ରତ୍ନ ଅଳଙ୍କାରକୁ ସ୍ଥାନାନ୍ତରିତ କରିଥିବାରୁ ଜଷ୍ଟିସ ରଥ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଆର୍ଶୀବାଦ ନେଵାକୁ ଯିବେ ବୋଲି କହିଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ରତ୍ନଗଣନା ହେଉଛି ପ୍ରାଥମିକତା। ତେଣୁ ଏଏସଆଇ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ଶେଷ କରିବା ପରେ ରତ୍ନଗଣତି କାମ କରାଯିବ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ଜଷ୍ଟିସ ରଥ ।

Naxatra News is now on Whatsapp
Join and get latest news update delivered to you via whatsapp
Join Now