୯ ଦିନର ଯାତ୍ରା ସାରି ଫେରୁଛନ୍ତି ଭାଇ ଭଉଣୀ , ରଥରୁଢ ହେଲେ ବଡ଼ ଠାକୁର

ସରିଲା ଜନ୍ମବେଦୀରେ ଲୀଳାଖେଳା। ଗୁଣ୍ଡିଚା ମନ୍ଦିରରୁ ମେଲାଣି ନେବେ ମହାବାହୁ । ଆଜି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା । ଭାଇ ଭଉଣୀଙ୍କୁ ଧରି ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିବେ ମହାବାହୁ । ଶ୍ରୀଜିଉଙ୍କ ଅପେକ୍ଷାରେ ରଥ ଆଉ ପଥ । ତେବେ ବାହୁଡ଼ା ଯାତ୍ରାରେ ନିର୍ଦ୍ଧାରିତ ସମୟ ପୂର୍ବରୁ ଆରମ୍ଭ ହୋଇଛି ପହଣ୍ଡି । ଶୂନ୍ୟ ପହଣ୍ଡିରେ ରଥରେ ବିଜେ କରିଛନ୍ତି ଶ୍ରୀ ସୁଦର୍ଶନ । ଘଣ୍ଟ ଘଣ୍ଟା ବାଦ୍ୟରେ ରଥକୁ ଆସିଛନ୍ତି ସୁଦର୍ଶନ । ତେବେ ଚକ୍ରରାଜ ସୁଦର୍ଶନଙ୍କ ପରେ ଧାଡ଼ି ପହଣ୍ଡିରେ ରଥକୁ ବିଜେ କରିଛନ୍ତି ବଡ଼ ଠାକୁର । ଏହାପରେ ଦେବୀ ସୁଭଦ୍ରା ଶୂନ୍ୟ ପହଣ୍ଡିରେ ରଥକୁ ବିଜେ କରୁଛନ୍ତି । ଶେଷରେ ଗହଳି ଲଗାଇ ରତ୍ନବେଦିରୁ ହଲି ହଲି ରଥକୁ ଆସିବେ କଳା ଠାକୁର । ୯ ଦିନର ଯାତ୍ରା ସାରି ଫେରୁଛନ୍ତି ଭାଇ ଭଉଣୀ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *