ପେହଲେଗମରେ ଆତଙ୍କବାଦୀ ଆକ୍ରମଣ ପରେ ଶ୍ରୀ ଜଗନ୍ନାଥ ମନ୍ଦିରରେ ସୁରକ୍ଷା କଡ଼ାକଡ଼ି କରାଯାଇଛି । ୧୨ ପ୍ଲାଟୁନ ଫୋର୍ସ ଙ୍କୁ ମନ୍ଦିର ସୁରକ୍ଷା ଦୃଷ୍ଟିକୋଣରୁ ଆହୁରି ଆଲର୍ଟ କରାଯାଇଛି ବୋଲି କହିଛନ୍ତି ପୁରୀ ଏସପି ।ଶ୍ରୀମନ୍ଦିର ଚତୁଃପାର୍ଶ୍ଵରେ ଚେକିଂ କଡାକଡି କରାଯାଉଛି ।ସେହିପରି ଆଣ୍ଟି ସାବୋଟେଜ୍ ଟିମ୍ ମାଧ୍ୟମରେ ଚେକ୍ ମଧ୍ୟ ନିୟମିତ ଭାବରେ କରାଯାଉଛି ବୋଲି ଏସପି କହିଛନ୍ତି ।ଭକ୍ତଙ୍କୁ ଚାରିଦ୍ୱାରେ ଫ୍ରିସ୍କିଂ କରାଯାଇ ଭିତରକୁ ଛଡାଯାଉଛି ।DFMD ଓ HHMD ମେସିନ ମାଧ୍ୟମରେ ଚେକିଙ୍ଗ ସହ ଫିଜିକାଲ ଚେକୀଙ୍ଗ ମଧ୍ୟ କରାଯାଉଛି ।ମେସି ରେ କୌଣସି ବୈଷୟିକ ତ୍ରୁଟି ଥିଲେ ଫିଜିକାଲ ଚେକିଙ୍ଗ କରାଯାଇ ଭିତରକୁ ଭକ୍ତ ଙ୍କୁ ଛଡ଼ା ଯାଉଛି । ଅନ୍ୟ ପଟରେ ପୁରୀର ଚାରି ସାମୁଦ୍ରିକ ଥାନାକୁ ମଧ୍ୟ ଆଲର୍ଟ କରାଯାଇଛି ।

Naxatra News is now on Whatsapp
Join and get latest news update delivered to you via whatsapp
Join Now