ସ୍ୱର୍ଗଦ୍ୱାର ସମ୍ମୁଖ ବେଳଭୂମିରେ ଅନୁଷ୍ଠିତ ହେଉଛି ତୀର୍ଥରାଜ ମହୋଦଧିଙ୍କ ନିତ୍ୟ ସନ୍ଧ୍ୟା ଆଳତୀ କାର୍ଯ୍ୟକ୍ରମର ୧୯ ବର୍ଷ ପୂର୍ତ୍ତି ଉତ୍ସବ। ଆଜି ମହୋଦଧି ଆଳତୀ ଜଗତଗୁରୁ ନିଶ୍ଚଳାନନ୍ଦ ସରସ୍ବତୀଙ୍କ ଦ୍ବାରା ସମ୍ପନ୍ନ। ରାଜ୍ୟ ସରକାର ଓ ସମସ୍ତଙ୍କ ସହଯୋଗରେ ଏହା ଆଗେଇ ଚାଲିଛି । ମହୋଦଧି ଆଳତୀକୁ ଅନୁସରଣ କରି ନଦୀ ଓ ସମୁଦ୍ରର ସୁରକ୍ଷା ପାଇଁ ବିଭିନ୍ନ ସ୍ଥାନରେ ଏବେ ଆଳତୀ କରାଯାଉଛି। ସକାଳେ ଅଭିଷେକ ଓ ନଗର କୀର୍ତନ, ସୁନ୍ଦରକାଣ୍ଡ ଓ ନାମ ସଙ୍କୀର୍ତନ ପରେ ସନ୍ଧ୍ୟାରେ ଧର୍ମସଭା ହୋଇଥିଲା। ପରିବେଶର ସୁରକ୍ଷା ସହ ଆଧ୍ୟାତ୍ମିକ ଓ ସାଂସ୍କୃତିକ ଚେତନା ରକ୍ଷା ହେବା ଆବଶ୍ୟକ ବୋଲି ସମସ୍ତେ ମତ ଦେଇଥିଲେ । ଭାରତ ବିଶ୍ଵର ହୃଦୟ । ସନାତନ ଧର୍ମ ହିଁ ଶ୍ରେଷ୍ଟ। ଜୀବିକାକୁ ଉପେକ୍ଷା କରାନଯାଉ। ଏବଂ ସନାତନ ଧର୍ମ ଅନୁସାରେ ଆମେ ଜୀବନ ଯାପନ କରିବା ଉଚିତ୍ ବୋଲି ଶଙ୍କରାଚାର୍ଯ୍ୟ ପରାମର୍ଶ ଦେଇଛନ୍ତି।
ମହୋଦଧି ଆଳତୀ ସମଗ୍ର ହିନ୍ଦୁ ଓ ସନାତନ ଧର୍ମୀଙ୍କୁ ଏକତ୍ରିତ କରିପାରିଛି। ସ୍କୁଲ ସ୍ତରରେ ବୈଦିକ ଓ ଆଧ୍ୟାତ୍ମିକ ଶିକ୍ଷା ବ୍ୟବସ୍ଥା ପ୍ରଚଳନ ପାଇଁ ସାଧୁ ,ସନ୍ଥ ପରାମର୍ଶ ଦେଇଥିଲେ । ପ୍ରତେକ ବର୍ଷ ପୌଷ ପୁର୍ଣିମା ଅବସରରେ ଗୋବର୍ଦ୍ଧନ ମଠ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିଲା। ଚଳିତ ବର୍ଷ ଜଗତଗୁରୁ ଶଙ୍କରାଚାର୍ଯ୍ୟ ପ୍ରୟାଗରାଜ ଯାଉଥିବାରୁ ଶାମ୍ଭ ଦଶମୀରେ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ୧୯ ତମ ମହୋଦଧି ଆଳତୀ ପାଇଁ ସମଗ୍ର ସ୍ଵର୍ଗଦ୍ଵାର ସମ୍ମୁଖ ବେଳାଭୂମିରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ଆଳତୀ ପରେ ଜଗତଗୁରୁ ନିଶ୍ଚଳାନନ୍ଦ ସରସ୍ବତୀ ମହୋଦଧି କୂଳକୁ ଯାଇ ବନ୍ଦାପନା କରିଥିଲେ। ସମଗ୍ର ଦେଶର ବିଭିନ୍ନ ସ୍ଥାନରୁ ଭକ୍ତ ଶ୍ରଦ୍ଧାଳୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।
Naxatra News is now on Whatsapp
Join and get latest news update delivered to you via whatsapp
Join Now