ପୁଷ ପର୍ବକୁ ଜୀବିତ ରଖିବା ପାଇଁ ନିଆରା ପ୍ରୟାସ

Spread the love

ଜୟପୁର: କୋରାପୁଟ ପୁଷ ପର୍ବକୁ ଜୀବିତ ରଖିବା ପାଇଁ ନିଆରା ପ୍ରୟାସ। ପ୍ରଥମ ଥର ପାଇଁ ଜୟପୁର  ସହରରେ ପାଳିତ ହେଉଛି ପୁଷ୍‌ପୁନି-୨୦୨୩। ଏହି ପୁଷ୍‌ପୁନି ୧୧ ଦିନ ଧରି ପାଳିତ ହେବ। ଦୀର୍ଘ ଦୁଇ ବର୍ଷର ବ୍ୟବଧାନ ପରେ ଚଳିତ ବର୍ଷ ଧୁମ୍ ଧାମରେ ପାଳିତ ହେଉଛି ପର୍ବ। ଏହାସହ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।

ଆଦିବାସୀ ଗୀତ ସାଙ୍ଗକୁ ଆଦିବାସୀ ନାଚରେ ଦୁଲୁକୁଛି  ଜୟପୁର। ପ୍ରଥମ ଥର ପାଇଁ ଜୟପୁର  ସହରରେ ପାଳିତ ହେଉଛି ପୁଷ୍‌ପୁନି-୨୦୨୩। ଏହି ପୁଷ୍‌ପୁନି ୧୧ ଦିନ ଧରି ପାଳିନ ହେବ। ତେବେ  ଦୀର୍ଘ ଦୁଇ ବର୍ଷର ବ୍ୟବଧାନ ପରେ ଚଳିତ ବର୍ଷ ଧୁମ୍ ଧାମରେ ପର୍ବ ପାଳିତ ହେଉଛି। ଯେଉଁଥି ପାଇଁ ଲୋକଙ୍କ ମନରେ ବେଶ୍ ଆଗ୍ରହ ଦେଖିବାକୁ ମିଳିଛି। ଅନ୍ୟପଟେ ଆଦିବାସୀ ଗୀତ ସାଙ୍ଗକୁ ଆଦିବାସୀ ନାଚରେ ଦୁଲୁକୁଛି ମଞ୍ଚ। ହଜିଯାଉଥିବା ୧୨ଟି ଲୋକନୃତ୍ୟକୁ ପରିବେଷଣ କରିବା ସହ ୮ଟି ଚଳଚ୍ଚିତ୍ର, ୩ଟି ଡ୍ରାମା ପରିବେଷଣ କରି ଦର୍ଶକଙ୍କ ମନ ଛୁଇଁବାକୁ ଲକ୍ଷ୍ୟ ରଖିଛନ୍ତି ଅବିଭକ୍ତ କୋରାପୁଟ କଳାକାର ସଂଘ। ଅପରପକ୍ଷେ  ଏହି ପୁଷ୍ ପର୍ବ ପାଳନ ଉତ୍ସବରେ ପୂର୍ବତନ ମନ୍ତ୍ରୀ ରବି ନନ୍ଦ ମଧ୍ୟ ସାମିଲ ହୋଇ କଳାକାରଙ୍କୁ ଉତ୍ସାହିତ କରିଛନ୍ତି।

ତେବେ ଦଶହରା ପଡିଆରେ ପ୍ରତ୍ୟେକ ଦିନ ସନ୍ଧ୍ୟା ୬ଟାରେ ଦର୍ଶକମାନେ ନାଚଗୀତ ମଜା ନେବା ସହ ପଲିଶ୍ରୀ ମେଳା ବୁଲି ଏହାର ମଜ୍ଜା ନେଉଛନ୍ତି।  ତେବେ ପଲିଶ୍ରୀ ମେଳାରେ ବହୁ ଆକର୍ଷଣୀୟ କରିବା ଲାଗି ଆଦିବାସୀ ବସ୍ତ୍ର, ଅଳଙ୍କାର, ବିଭିନ୍ନ ପ୍ରକାରର ଆଦିବାସୀ ସାମଗ୍ରୀ ବିକ୍ରୀ କରାଯାଉଛି। ଏ ନେଇ ସ୍ଥାନୀୟ ଦଶହରା ପଡ଼ିଆରେ ୫୦ଟି ଷ୍ଟଲର ବ୍ୟବସ୍ଥା କରାଯାଇଛି। ଏଥିସହିତ ଆଦିବାସୀ ବେଶ ପ୍ରତିଯୋଗିତା ଆୟୋଜନ କରାଯାଇଛି। ଏହା ସହିତ କୃତିପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରିବାର ବ୍ୟବସ୍ଥା କରାଯାଇଛି। ତେବେ ଅଧିବାସୀ  କଳା ଏବଂ ସଂକୃତି କୁ ପୁନଃଜୀବିତ କରିବାକୁ ଏଭଳି ପ୍ରୟାସ ବେଶ ସହାୟକ ହେବ ବୋଲି କହିଛନ୍ତି ପୂର୍ବତନ KCC ସଭାପତି ଡକ୍ଟର ଇନ୍ଦିରା ନନ୍ଦ।

ରଞ୍ଜନ କୁମାରମିଶ୍ରଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *