ସାମାନ୍ୟ କଥାକୁ ନେଇ ୪୨ ବର୍ଷ ହେବ ଭାତ ଛାଡିଛନ୍ତି ରାମ

Spread the love

() ପତ୍ନୀଙ୍କ ଉପରେ ରାଗି ଦୀର୍ଘ ୪୨ବର୍ଷ ହେବ ଭାତ ଖାଇନାହାନ୍ତି ରାମଚନ୍ଦ୍ର।  ଏହା ତ୍ରେତୟା ଯୁଗର ପ୍ରଭୁ ରାମଚନ୍ଦ୍ର ଓ ସୀତାଙ୍କ କାହାଣୀ ନୁହେଁ । ବରଂ  ଯାଜପୁର ରସୁଲପୁର ବ୍ଲକ ଭିକିପୁର ଗାଁର ରାମ ଓ ତାଙ୍କ ସୀତାଙ୍କ କଥା । କୌଣସି ଏକ ଘଟଣାକୁ ନେଇ 42ବର୍ଷ ତଳେ  ପତିପତ୍ନୀଙ୍କ ମଧ୍ୟରେ କଳହ ହୋଇଥିଲା । ଆଉ ଠିକ୍ ସମୟରେ ଭାତଗଣ୍ଡେ ଖାଇବାକୁ ଦେଇନପାରିବାରୁ ପତ୍ନୀ ସୀତାଙ୍କ ଉପରେ ରାଗି ଗଲେ ରାମଚନ୍ଦ୍ର । ସେହିଦିନ ଠାରୁ ଭାତ ଖାଇବା ଛାଡି ଦେଇ କେବଳ ଚା ମୁଢି ଜଳଖିଆ ଖାଇ ଆଜି ପର୍ଯ୍ୟନ୍ତ ଜୀବନ ନିର୍ବାହ କରୁଛନ୍ତି ସ୍ବାମୀ ରାମ ।

ଏ ହେଉଛନ୍ତିଯାଜପୁରରସୁଲପୁର ବ୍ଲକ ଲକ୍ଷ୍ମୀନଗର ପଞ୍ଚାୟତର ଭିକିପୁର ଗ୍ରାମର ରାମଚନ୍ଦ୍ର ମାଝୀ ଏବଂ ତାଙ୍କ ପତ୍ନୀ ସୀତା ମାଝୀ । ଘରୋଇ କଳିରୁ ସୀତାଙ୍କ ଉପରେ ଅଭିମାନ କରି  ଦିନେ ନୁହେଁ କି ଦୁଇଦିନ ନୁହେଁ ଦୀର୍ଘ ୪୨ ବର୍ଷ ହେବ ଭାତ ଖାଇବା ଛାଡି ଦେଇଛନ୍ତି  ରାମ।

ରାମଚନ୍ଦ୍ର ମାଝୀଙ୍କର ନିଜର କିଛି ଜମିବାଡି ନଥିବା ବେଳେ ପରଘରେ ମୂଲ ମଜୁରୀ କରି ପରିବାର ଚଳାନ୍ତି । ୪୨ବର୍ଷ ପୂର୍ବେ ଦିନେ କାମରୁ ଫେରି ରାମ ପତ୍ନୀଙ୍କୁ ଭାତ ଖାଇବାକୁ ମାଗିଥିଲେ । ହେଲେ ସ୍ତ୍ରୀଙ୍କୁ ଜ୍ଜ୍ବର ହୋଇଥିବାରୁ ସେ ଭାତ ରାନ୍ଧିପାରି ନଥିବା କହିଥିଲେ। ହେଲେ ଏଥିରେ  ରାମ ବୁଝିବାକୁ ନାରାଜ । ସାମାନ୍ୟ ଭାତ ଗଣ୍ଡେ ଯଦି ଖାଇବାକୁ ଦେଇପାରିଲନି, ତେବେ ଭାତ କାହିଁକି ଖାଇବି କହିଥିଲେ। ଆଉ ସେହିଦିନ ଠାରୁ ଭାତ ଖାଇବା ଛାଡି ଦେଇ ଆଜି ପର୍ଯ୍ୟନ୍ତ ସେ କେବଳ ଚୁଡା, ମୁଢି, ଚା ଜଳଖିଆ ଖାଇ ଜୀବନ ନିର୍ବାହ କରିଆସୁଛନ୍ତି । ଖାଲି ସେତିକି ନୁହେଁ, ସେଇ ଦିନରୁ ଗାଁଠୁ ଦୂରେ ଏକାକୀ ଏକ କୁଡିଆ କରି ରହିଆସୁଛନ୍ତି।  

ତେବେ ପରିବାର ପ୍ରତିପୋଷଣ କରିବାରେ ହେଳା କରିନାହାନ୍ତି ରାମଚନ୍ଦ୍ର । ରାମଙ୍କୁ ଏବେ ବୟସ ପ୍ରାୟ 76 ହେଲାଣି । ରାମଙ୍କର 5ଝିଅ ଦୁଇପୁଅ ବିବାହ ବି କରି ସାରିଲେଣି । ନିଜ ଭିଟାମାଟି ଘର ଛାଡି ଘରଠାରୁ କିଛି ଦୂରରେ ଏକ ଚାଳଛପର ଝୁମ୍ପୁରୀ ଘର କରି ସେଇଠି ରହୁଛନ୍ତି ରାମ । ସ୍ତ୍ରୀ ହୁଅନ୍ତୁ ବା ପିଲାମାନେ, ବନ୍ଧୁବାନ୍ଧବ କି ସାହିପଡିଶା, ଯେତେ ଚେଷ୍ଟା କଲେବି କେହି ବି ରାମଙ୍କ ଏହି କ୍ରୋଧର ବ୍ରତକୁ ଉଦଯାପନ କରିପାରିନାହାନ୍ତି ।

Leave a Reply

Your email address will not be published. Required fields are marked *