ପୁରୀରେ ପହଞ୍ଚିଲା ୧୧ ଖଣ୍ଡ ଫାଶୀ କାଠ

ରଥ ନିର୍ମାଣ ପାଇଁ ୧୧ ଖଣ୍ଡ ଫାଶୀ କାଠ ଆସି ପୁରୀରେ ପହଞ୍ଚିଛି ।ଟ୍ରକ୍ ଯୋଗେ ପରଜଙ୍ଗରୁ ଶ୍ରୀକ୍ଷେତ୍ର ଆସି ପହଞ୍ଚିଛି ରଥକାଠ । ଚଳିତବର୍ଷ ରଥ ନିର୍ମାଣ ପାଇଁ ୮୧୪ ଖଣ୍ଡ ରଥକାଠ ଆବଶ୍ୟକ ରହିଛି । ଗତବର୍ଷର ୫୧ଖଣ୍ଡ କାଠ ବଳକା ରହିଥିବାରୁ ୭୬୩ ଖଣ୍ଡ କାଠର ଆବଶ୍ୟକତା ରହିଛି ।ପର୍ଯ୍ୟାୟ ପରେ ପର୍ଯ୍ୟାୟ କାଠ ପୁରୀରେ ଆସି ପହଞ୍ଚିବାରେ ଲାଗିଛି । ଗତ ଫେବୃଆରୀ ୨ ତାରିଖରେ ବସନ୍ତ ପଞ୍ଚମୀ ଦିନ ରଥକାଠ ଅନୁକୂଳ ହୋଇଥିଲା । ଆସନ୍ତା ୩୦ ଏପ୍ରିଲ ଅକ୍ଷୟ ତୃତୀୟାରେ ରଥ ନିର୍ମାଣ ଅନୁକୂଳ ହେବ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *