ଅକ୍ଷୟତୃତୀୟରୁ ରଥ ନିର୍ମାଣ କାର୍ଯ୍ୟ ଶୁଭାଆରମ୍ଭ

ଶ୍ରୀମନ୍ଦିରର ପରିଚାଳନା କମିଟି କେବେ ଗଠନ ହେବ ? ଜୁନ ୨୭ରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା,ଅକ୍ଷୟତୃତୀୟ ଠାରୁ ରଥ ନିର୍ମାଣ କାର୍ଯ୍ୟର ଶୁଭାଆରମ୍ଭ ହେବ | ଶ୍ରୀମନ୍ଦିରର ପରିଚାଳନା କମିଟିର ଅବଧି ୭ ମାସ ହେବ ଶେଷ ହୋଇସାରିଛି | ନୂତନ ପରିଚାଳନା କମିଟି ଗଠନ ହୋଇ ନାହିଁ | ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପ୍ରସ୍ତୁତି,ଶ୍ରୀ ମନ୍ଦିରରେ ଧାଡି ଦର୍ଶନ ବ୍ୟବସ୍ଥା ଠାରୁ ଆରମ୍ଭ କରି ଗୁରୁକୁଳ ନିର୍ମାଣ,ସେବାୟତଙ୍କ ପାଇଁ ଗୃହ ଆଦି ଶ୍ରୀମନ୍ଦିରର ସମସ୍ତ ଉନ୍ନୟନ ମୂଳକ କାର୍ଯ୍ୟରେ ପରିଚାଳନା କମିଟିର ମତ ଓ ଅନୁମତି ଆବଶ୍ୟକ ରହିଛି | ପରିଚାଳନା କମିଟି ଗଠନ ପ୍ରକ୍ରିୟା ବିଳମ୍ବ ହେବାରୁ ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଧାଡି ଦର୍ଶନ ବ୍ୟବସ୍ଥା ଲାଗୁ ହେବା ପାଇଁ ବିଳମ୍ବ ହେଉଥିବା ଆଇନ ମନ୍ତ୍ରୀ ବିଧାନସଭାରେ ବିବୃତି ରଖିଛନ୍ତି | ତେବେ କେବେ ନୂତନ ପରିଚାଳନା କମିଟି ଗଠନ ହେବ ସେ ନେଇ ଏବେ ବଡ଼ ପ୍ରଶ୍ନ ? ଶ୍ରୀମନ୍ଦିରରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଲାଗୁ ହେବାକୁ ଥିବା ଧାଡି ଦର୍ଶନ ପରିଚାଳନା କମିଟି ର ଅନୁମତି ଆବଶ୍ୟକ ରହିଛି ତେଣୁ କରି ଆଗାମୀ ଦିନରେ ପରିଚାଳନା କମିଟି ରରେ ଉପସ୍ଥାପନା ପରେ ଧାଡି ଦର୍ଶନ ଶ୍ରୀ ମନ୍ଦିର ରେ ଧାଡି ଦର୍ଶନ ଲାଗୁ କରାଯିବ | ଏ ନେଇ ବିଧାନସଭାରେ ବିବୃତି ରଖିଛନ୍ତି ଆଇନମନ୍ତ୍ରୀ | ଆଗାମୀ ଦିନରେ ଏହାକୁ ପରିଚାଳନା କମିଟି ଦ୍ଵାରା ଅନୁମୋଦିତ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି | ଯାହାଫଳରେ ସରକାରଙ୍କ ତରଫରୁ ଶ୍ରୀମନ୍ଦିରର କର୍ପଶ ଫଣ୍ଡରେ ୫୦୦ କୋଟି ଅନୁଦାନ ଥିଲେ ମଧ୍ୟ ତାହା ସଠିକ ଭାବେ ଶ୍ରୀ ମନ୍ଦିରର ଉନ୍ନୟନ କାର୍ଯ୍ୟରେ ବିନିଯୋଗ ହୋଇପାରିବ ନାହିଁ ନେଇ ସେବାୟତ  କହିଛନ୍ତି | ପ୍ରତେକ ମାସ ରେ ଶ୍ରୀ ମନ୍ଦିର ମଧ୍ୟକୁ ମୋବାଇଲ ଓ ଅଣହିନ୍ଦୁ ପ୍ରବେଶ କରୁଥିବା ଘଟଣା ସାମ୍ନା କୁ ଆସୁଛି | ଅନ୍ୟପଟେ ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି ?ଶ୍ରୀ ମନ୍ଦିର ସୁରକ୍ଷା ନେଇ ସରକାର କେବଳ କହୁଛନ୍ତି କିନ୍ତୁ ସେହି ପରି କୋଣସି ଆଖି ଦୃଷ୍ଟିଆ କାର୍ଯ୍ୟ କି ପଦକ୍ଷେପ ଗ୍ରହଣ କରୁନଥିବା ଆଇନଜୀବି କହିଛନ୍ତି |

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *