ଚାବି ନଖୋଲିଲେ ତାଲା ଭଙ୍ଗାଯିବ :ଜଷ୍ଟିସ୍ ବିଶ୍ୱନାଥ ରଥ

ରତ୍ନଭଣ୍ଡାର ଖୋଲିବା ନେଇ ଆଜି ବୈଠକ ପରେ ପ୍ରତିକ୍ରିୟା  ରଖିଛନ୍ତି ରତ୍ନଭଣ୍ଡାର କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥ । ରତ୍ନଭଣ୍ଡାରର ଡୁପ୍ଲିକେଟ୍ ଚାବି ଅଛି । ଏହାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅନୁଧ୍ୟାନରେ ଅଣାଯିବ ଏବଂ ରତ୍ନଭଣ୍ଡାର ଖୋଲାଯିବାକୁ ନିଷ୍ପତ୍ତି ହୋଇଛି। କିନ୍ତୁ ଯେହେତୁ ଚାବି ଦୀର୍ଘ ଦିନର ହେଲାଣି ତେଣୁ ଏଥିରେ ହୁଏତ କଳଙ୍କି ଲାଗିଥାଇପାରେ । ଯଦି ଏହି ଚାବିରେ ରତ୍ନଭଣ୍ଡାର ନଖୋଲେ ତାହେଲେ ତାଲା ଭଙ୍ଗାଯିବ । ଏନେଇ ସରକାରଙ୍କୁ ଜଣାଇଦେବା ପରେ ତାଙ୍କ ପକ୍ଷରୁ ଯେଉଁ ଏସଓପି ଜାରି କରାଯିବ ଯାହାକୁ ନେଇ ନିଷ୍ପତ୍ତି କାର୍ଯ୍ୟକାରୀ ହେବ । ଏନେଇ ଆସନ୍ତା ୯ ତାରିଖ ଦିନ ୧୦ଟାରେ ପରବର୍ତ୍ତୀ ବୈଠକ ବସିବ’ । ‘ତେବେ ଯଦି ଡୁପ୍ଲିକେଟ ଚାବିରେ ତାଲା ଖୋଲେ ତାହେଲେ ପ୍ରଥମ କାମ ହେଲା ରତ୍ନଭଣ୍ଡାରର ମରାମତି କରାଯିବ । ଏହାପରେ ସେଠାରେ ଥିବା ବହୁମୂଲ୍ୟ ଅଳଙ୍କାରର ମଣତି ଗଣତି କରାଯିବ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *