ଖୋଲିଲା ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖ ବଡଦାଣ୍ଡକୁ ରାସ୍ତା

Spread the love

ପୁରୀ: ଶ୍ରୀମନ୍ଦିର ସିଂହଦ୍ଵାର ଠାରୁ ଗଜପତିଙ୍କ ଶ୍ରୀନଅର ପର୍ଯ୍ୟନ୍ତ ରାସ୍ତା ଆଜିଠାରୁ ଭକ୍ତ, ପର୍ଯ୍ୟଟକ ଓ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ଖୋଲିଛି । ଏହାର ସ୍ଥିତି ଅନୁଧ୍ୟାନ କରିଛନ୍ତି ଜିଲ୍ଲାପାଳ। ଜିଲ୍ଲାପାଳ ସମର୍ଥ ବର୍ମାଓ ବିସିସିର ସୁପରିଣ୍ଟେଣ୍ଡେଣ୍ଟ ଇଞ୍ଜିନିୟର ଶ୍ରୀମନ୍ଦିର ଚତୁପାର୍ଶ୍ବ ବୁଲି ତଦାରଖ କରିବା ସହ କାମ ତତ୍ପରତା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେପଟେ ରାସ୍ତା ଖୋଲିବାରୁ ଆଶ୍ବସ୍ତି ଅନୁଭବ କରିଛନ୍ତି ଭକ୍ତ।  

୧୮ଦିନ ପରେ  ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ  ଅଧିନରେ ଥିବା ବଡଦାଣ୍ଡର ଡ୍ରେନେଜ, ଇଲେକ୍ଟ୍ରିସିଟି, ସ୍ବେରେଜ ଓ ପାଣି ପାଇପ ପାଇଁ କାର୍ଯ୍ୟ ଶେଷ ହେବା ପରେ ଖୋଲିଲା ରାସ୍ତା। ଗତ ୬ ତାରିଖରୁ ଶ୍ରୀମନ୍ଦିର ସିଂହଦ୍ବାରରୁ ଗଜପତିଙ୍କ ଶ୍ରୀନଅର ରାସ୍ତାକୁ ବନ୍ଦ କରାଯାଇଥିଲା । ଯାହା ଫଳରେ ଭକ୍ତ ଓ ସ୍ଥାନୀୟ ବାସିନ୍ଦା ମାନେ ହଇରାଣ ହେଉଥିଲେ। ରାସ୍ତା  ଖୋଲିବା ପରେ ଭକ୍ତ ଓ ସ୍ଥାନୀୟ ବାସିନ୍ଦା ମାନେ ଆଶ୍ବସ୍ତି ଅନୁଭବ କରିଛନ୍ତି। ସେପଟେ  ଶ୍ରୀମନ୍ଦିର ଚତୁପାର୍ଶ୍ବ କାର୍ଯ୍ୟ ଯୋଗୁଁ ବାସେଳି ସାହି, ମାର୍କଣ୍ଡେଶ୍ବର ସାହି, ହରଚଣ୍ଡୀ ସାହି ବାଲିସାହି ବାସିନ୍ଦା ନାହିଁ ନଥିବା କଷ୍ଟ ଭୋଗୁଥିବା କହିଛନ୍ତି ଭକ୍ତ ଓ ସ୍ଥାନୀୟ ବାସିନ୍ଦା।

ଅନ୍ୟପଟେ ଜିଲ୍ଲାପାଳ ସମର୍ଥ ବର୍ମା ଶ୍ରୀମନ୍ଦିର ଚତୁପାର୍ଶ୍ବର କାର୍ଯ୍ୟର ଅଗ୍ରଗତିକୁ ତଦାରଖ କରିଛନ୍ତି । ଓବିସିସି ଓ ଟାଟାର ଅଧିକାରୀ ଜିଲ୍ଲାପାଳଙ୍କୁ ସଂପୂର୍ଣ୍ଣ କାର୍ଯ୍ୟକୁ ନେଇ ଦେଖାଇଥିଲେ । ତେବେ ସମସ୍ତ କାର୍ଯ୍ୟ ଦ୍ରୁତଗତିରେ ଚାଲିଥିବା କହିଛନ୍ତି ସୁପରିଟେଣ୍ଡଟ ଇଞ୍ଜିନିୟର ।

ଏବେ ପ୍ରଶ୍ନ ଉଠିଛି କେବେ ସରିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ। ଏକକାଳୀନ ଶ୍ରୀମନ୍ଦିର ଚତୁପାର୍ଶ୍ବରେ କାମ ଚାଲୁଥିବାରୁ ଭକ୍ତ ଙ୍କ ଠାରୁ ଆରମ୍ଭ କରି ସମସ୍ତ ସାହିର ବାସିନ୍ଦାଙ୍କ ଜୀବନ ଓ ଜୀବିକା ବିପର୍ଯ୍ୟସ୍ତ ହୋଇପଡିଛି।

ଶିବପ୍ରସାଦ ଦାସ

Leave a Reply

Your email address will not be published. Required fields are marked *