୫ ବର୍ଷ ହେଲା ଖାଲ ଖମାରେ ଭରି ପଡିଛି ରାସ୍ତା

Spread the love

ଗଞ୍ଜାମ: ଖାଲଖମା ଭରା ରାସ୍ତାରେ ଜମି ରହୁଛି ନର୍ଦ୍ଦମା ପାଣି l ବର୍ଷ ତମାମ ଏହି ରାସ୍ତା ଉପରେ ନାଳ ପାଣି ଜମି ରହିବାରୁ ଲୋକେ ଯାତାୟାତରେ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି l ଏନେଇ ବାରମ୍ବାର ଅଭିଯୋଗ ପରେ ବି ଫଳ ଶୂନ ।

ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ ବୁଢାଆମ୍ବ ଗ୍ରାମ ରାସ୍ତାରେ ନର୍ଦ୍ଦମା ପାଣି ଜମିବା କାରଣରୁ ରୋଗା ଗ୍ରସ୍ତ ହେଉଛନ୍ତି ଲୋକେ । ୫ ବର୍ଷରୁ ଉର୍ଦ୍ଧ ସମୟ ଧରି ଏହିଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି କବିସୂର୍ଯ୍ୟନଗର ବ୍ଲକ ବୁଢାଆମ୍ବ ଗ୍ରାମ ମୁସଲିମ ସାହି ବାସିନ୍ଦା l ଗ୍ରାମର ମୁସଲିମ ସାହିରୁ ହରିଜନ ସାହିକୁ ସଂଯୋଗ କରୁଥିବା ଏହି ରାସ୍ତା ଉପରେ ଆଖପାଖ ୪ଟି ସାହିର ଲୋକେ ନିର୍ଭର କରୁଥିବା ବେଳେ ଏପରି ସମସ୍ୟାର ସମାଧାନ ଲାଗି ଅଞ୍ଚଳବାସୀ ବାରମ୍ବାର ଅଭିଯୋଗ କଲେବି ପ୍ରଶାସନିକ ଅଧିକାରୀ କେହି ଶୁଣୁ ନଥିବା ଅଭିଯୋଗ କରନ୍ତି ଅବଦୁଲ ରହିମ ଖାନ, ପ୍ରଦୀପ କୁମାର ପୋଲେଇ।

ଲାଇଟ କିଣା ନାମରେ ପଞ୍ଚାୟତର ସରପଞ୍ଚ ନିଜ ନାମରେ ନିଜେ ବିଲ କରି ଲକ୍ଷ ଲକ୍ଷ ଟଙ୍କା ହରିଲୁଟ କରୁଥିବା ବେଳେ ସାଧାରଣ ଲୋକଙ୍କ ରାସ୍ତା ସମସ୍ୟା କଥା କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛି ଛାତ୍ର କଂଗ୍ରେସ l ଯଦି ଯଥାଶୀଘ୍ର ଏହି ରାସ୍ତା ସମସ୍ୟାର ସମାଧାନ କରାନଯାଏ ତେବେ ଆଗାମୀ ଦିନରେ ରାଜରାସ୍ତାରେ ଏହାର ପ୍ରତିବାଦ କରାଯିବା ନେଇ କହିଛି ଛାତ୍ର କଂଗ୍ରେସ l ଅନ୍ୟପଟେ ଏହି ସମସ୍ୟାର   ଯଥାଶୀଘ୍ର ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି କବିସୂର୍ଯ୍ୟନଗର ଗୋଷ୍ଠୀ ଉନ୍ନୟନ ଅଧିକାରୀ ବାସୁଦେବ ନାୟକ l

ସରକାର ପଞ୍ଚାୟତ ଲୋକଙ୍କ ଉତ୍ତମ ଗମନା ଗମନ ଲାଗି ବିଭିନ୍ନ ଯୋଜନାରେ ପକା ରାସ୍ତା ନିର୍ମାଣ କରୁଥିବା ବେଳେ ଏହି ପଞ୍ଚାୟତ ଲୋକେ ସମ୍ମୁଖୀନ ହେଉଥିବା ରାସ୍ତା ସମସ୍ୟାର ସମାଧାନ କେବେ ହେବ ତାକୁ ହିଁ ଅପେକ୍ଷା l

ପୀତବାସ ଦାଶଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *