ପାଣି ପାଇଁ ରାସ୍ତାରୋକ

Spread the love

ବାରିପଦା : ପାଣି ପାଇଁ ରାସ୍ତାରୋକ । ଆଜି ଏଭଳି ଚିତ୍ର ଦେଖିବାକୁ ମିଳିଛି । ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ଅନ୍ତର୍ଗତ ଅଦରପଡା ଛକରେ । ପିଇବା ପାଣି ପାଇଁ ଏଠାରେ ଲୋକେ ରାସ୍ତାରୋକ କରିଛନ୍ତି । ଗରା, ବାଲଟି, ହାଣ୍ଡି, ଡେକଚି ରାସ୍ତାରେ ରଖି ବସି ରହିଛନ୍ତି ଲୋକେ । ୧୦ ଓ ୧୧ ନମ୍ବର ୱାର୍ଡ଼ରେ ପାନୀୟ ଜଳ ସମସ୍ୟାକୁ ଦୂର କରିବା ପାଇଁ ଗ୍ରାମବାସୀ ଏହି ଚରମ ପଦକ୍ଷେପ ନେଇଛନ୍ତି । ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ଜୋରଦାର୍ କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି । ଅନ୍ୟପକ୍ଷରେ ରାସ୍ତାରୋକ ଯୋଗୁଁ ଦୀର୍ଘ ସମୟ ଧରି ସମ୍ପୃକ୍ତ ରୁଟ୍ ରେ ଯାନବାହନ ଚଳାଚଳ ବ୍ୟାହତ ହୋଇଛି । ରାସ୍ତାର ଉଭୟ ପାର୍ଶ୍ଵରେ ବହୁ ସଂଖ୍ୟାରେ ଯାନବାହନ ଅଟକି ରହିଛି ।

Leave a Reply

Your email address will not be published. Required fields are marked *