କାର୍ଯ୍ୟରେ ଅବହେଳା ପାଇଁ ବନ୍ଦ ହେଲା 10 ଶିକ୍ଷକଙ୍କ ଦରମା

ଆକ୍ସନ ମୋଡ଼ ରେ ହରଭଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀ । ୧୦ଜଣ ଶିକ୍ଷକ ଙ୍କୁ କାରଣ ଦର୍ଶାଓ ନୋଟିସ । କାର୍ଯ୍ୟରେ ଅବହେଳା ପାଇଁ ବନ୍ଦ ହେଲା ଦରମା । ବୋୖଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ରୁ ୧୦ଜଣ ଶିକ୍ଷକ ଙ୍କୁ ଜାରି ହେଲା ନୋଟିସ । ସୂଚନା ମୁତାବକ ବୋୖଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ର ଗୋଷ୍ଠୀ ଶିକ୍ଷା ଅଧିକାରୀ ହାଡ଼ିବନ୍ଧୁ ବେହେରା । ପୂର୍ବ ସୂଚନା ନ ଦେଇ ଅଚାନକ ଭାବେ ବ୍ଲକର କିଛି ସ୍କୁଲ କୁ ଗ୍ରସ୍ତ କରିଥିଲେ । ଗ୍ରସ୍ତ ବେଳେ ୮ଟି ସ୍କୁଲ ରେ ୧୦ଜଣ ଶିକ୍ଷକଙ୍କ କାଯ୍ୟରେ ଅବହେଳା ହେଇଥିବା ଦେଖିବାକୁ ପାଇଥିଲେ । ଝରଖମନ ସ୍କୁଲ ର ସୁରମଣି ମଲ୍ଲିକ, ବାହାଲି ସ୍କୁଲ ର ଦୟା ହଂସ ଓ ରାଜେନ୍ଦ୍ର ସାମଲ , ସୁରୁଣ୍ଡି ସ୍କୁଲ ର ପ୍ରଦୀପ ସାହୁ ,ବଲଣ୍ଡା ସ୍କୁଲ ର ସାଧୁ ଦେହୁରୀ ,ଖରସଙ୍କୁଲୋଇ ସ୍କୁଲ ର ବିରେନ୍ଦ୍ର ମହାକୁଡ଼ , ସାକୁସିଙ୍ଗା ସ୍କୁଲର ରଞ୍ଜନ ପାତ୍ର, କଣ୍ଟିଆପଦର ସ୍କୁଲର ବାବୁଲି ସାହୁ ଓ ଜିତେନ୍ଦ୍ର ଡାଳୁଆ ,ଗୋଠସାହି ଜ୍ୟୋସ୍ନାରାଣୀ ମିଶ୍ର ମୋଟ ୮ଟି ସ୍କୁଲ ର ୧୦ ଜଣ ଶିକ୍ଷକ ଙ୍କ ଗୋଟିଏ ଦିନର ଦରମା ବନ୍ଦ ହୋଇଥିବା ବେଳେ କାରଣ ଦର୍ଶାଓ ନୋଟିସ ମଧ୍ୟ ହୋଇଛି । ଏଥିମଧ୍ୟରୁ ଅନେକ ଶିକ୍ଷକ ବିନାସୂଚନା ରେ ସ୍କୁଲରେ ଅନୁପସ୍ଥିତ ଥିବା ବେଳେ କିଛି ଜଣ ବିନା ସୂଚନା ରେ ଛୁଟି ପୂର୍ବରୁ ସ୍କୁଲ ରୁ ପଳେଇ ଆସୁଥିଲେ । ଆଉ କିଛି ନିଜ କାଯ୍ୟ ତଥା ଛାତ୍ରଛାତ୍ରୀ ଙ୍କୁ ଶିକ୍ଷା ଦାନ ର ପରୀକ୍ଷା ରେ ଅବହେଳା ହେତୁ ଏଭଳି ପଦକ୍ଷପ ନିଆଯାଇଥିବା ଚିଠି ରେ ଉଲ୍ଲେଖ ରହିଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *