ଶେଷ ହେଲା ମହାଦେବଙ୍କ ବିବାହ ପାଇଁ କନ୍ୟା ଅନ୍ବେଶଣ

Spread the love

ସମ୍ବଲପୁରର ରାସ୍ତାରେ ଦେବ ଦେବ ମହାଦେବଙ୍କ ପାଇଁ ବାହାରିଛି ଶୋଭାଯାତ୍ରା l ତାହାପୁଣି ମହାଦେବଙ୍କ ବିବାହ ପାଇଁ କନ୍ୟା ଅନ୍ୱେଷଣରେ l  ଶୀତଳଷଷ୍ଠୀ ପର୍ବ ର ସମସ୍ତ କାର୍ଯ୍ୟକ୍ରମ ରଙ୍ଗାରଙ୍ଗ ପରିବେଶ ରେ କରିବା ପାଇଁ ଆୟୋଜକ ମାନେ ଜୋରଦାର ଉଦ୍ୟମ କରିବା ଆରମ୍ଭ କରିଛନ୍ତି । ବାଜା ବାଣ ଓ ରଙ୍ଗବେରଙ୍ଗ ଆଲୋକମାଳା  ରୋଷଣୀ ରେ  ସୁସଜ୍ଜିତ ରଥ ଚଢି ବରପିତା ବାଲୁଙ୍କେଶ୍ୱର ବାବା ଙ୍କ ପାଇଁ କନ୍ୟା ଅନ୍ୱେଷଣରେ ବାହାରିଛନ୍ତି l  ମହାଦେବଙ୍କ ପିତା ସହ ସପ୍ତ ଋଷି ମଧ୍ୟ କନ୍ୟା ଅନ୍ୱେଷଣରେ ବାହାରିଥିଲେ l ବହୁ ଖୋଜା ଖୋଜି ପରେ ମହାଦେବଙ୍କ ପାଇଁ ସୁନ୍ଦର କନ୍ୟା ଚାରଭାଟି ସ୍ଥିତ ପଣ୍ଡା ପରିବାରଙ୍କ ଘରେ ପାଇଥିଲେ l ବର ପକ୍ଷଙ୍କୁ ସମ୍ମାନ ପୂର୍ବକ ପାଛଟି ନେଇଥିଲେ କନ୍ୟା ପିତା ଓ ପରିବାର ସଦସ୍ୟ l

ଧୁମ ଧାମରେ କନ୍ୟା ଘରେ ପହଞ୍ଚି ବା ପରେ ବରପିତା, ସପ୍ତରୁଷି ଓ ସ୍ଥାନୀୟ ମୁରବି ଙ୍କୁ କନ୍ୟା ଘର ପକ୍ଷରୁ ସ୍ୱାଗତ କରାଯାଇଥିଲା । ସପ୍ତରୁଷି  ବାବା ବାଲୁଙ୍କେଶ୍ୱର ଙ୍କ ଗୁଣ, ମହିମା ଵର୍ଣ୍ଣନ କରିବା ପରେ କନ୍ୟା ପକ୍ଷ ବିବାହ ପାଇଁ ରାଜି ହୋଇଥିଲେ । ବରପିତା ସାଙ୍ଗରେ ଆଣିଥିବା ଶାଳପତ୍ର ବିଡ଼ା ଦେଇ କନ୍ୟା ପସନ୍ଦ କରିଥିଲେ  ଓ ବିବାହ ତାରିଖ ନିର୍ଦ୍ଧାରିତ କରିଥିଲେ । ବିବାହ ସ୍ଥିର ହେବା ପରେ କନ୍ୟାଘରେ ଆନନ୍ଦର ଲହରୀ ଖେଳିଯାଇଛି । ଦେବଦେବ ମହାଦେବଙ୍କୁ ଜ୍ବାଇଁ ରୂପେ ପାଇଥିବାରୁ ଅତ୍ୟନ୍ତ ଖୁସି ଥିବା କହିଛନ୍ତି କନ୍ୟା ପିତା ଓ ମାତା l

କେଉଁ ଯୁଗରୁ ସମ୍ପୂର୍ଣ୍ଣ ଲୋକାଚାର ଓ ମାନବୀୟ ରୀତିନୀତିରେ ପାଳିତ ହେଉଛି ସମ୍ବଲପୁର ର ପ୍ରସିଦ୍ଧ ଶିବବିବାହ ବା ଶୀତଳଷଷ୍ଠୀ । ଶିବ ବିବାହ ଓ ନବବିବାହିତ ଦେବଦମ୍ପତିଙ୍କ ଯୁଗଳମୂର୍ତି ଦର୍ଶନ ପାଇଁ ସତେ ଯେମିତି ସମସ୍ତେ ବ୍ୟାକୁଳ ।

Leave a Reply

Your email address will not be published. Required fields are marked *