ସ୍କୁଲ ଡ୍ରପ ଆଉଟ୍ ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ସର୍ଭେ

ସ୍କୁଲ ଡ୍ରପ ଆଉଟ୍ ନେଇ ଗଣ ଶିକ୍ଷା ବିଭାଗ ପକ୍ଷରୁ ସର୍ଭେ କରାଯାଇଛି ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି । ଚାଇଲ୍ଡ ଟ୍ରାକିଂ ସର୍ଭେ ବିଭାଗ ତରଫରୁ କରାଯାଇଛି । ପିଲା କେଉଁ କାରଣରୁ ଡ୍ରପ ଆଉଟ୍ ହେଉଛନ୍ତି ଏବଂ ସ୍କୁଲକୁ ଯାଉନାହାନ୍ତି । ଏ ନେଇ 18 ବର୍ଷ ବୟସର ପିଲା ମାନଙ୍କର ସର୍ଭେ କରାଯାଇଛି । ଡୋର ଟୁ ଡୋର ଯାଇ ଶିକ୍ଷକ ମାନେ ସର୍ଭେ କରିଛନ୍ତି । ସେହି ସର୍ଭେ ରିପୋର୍ଟ ଆସିଲା ପରେ ପଦକ୍ଷେପ ନେବେ ସରକାର । ସରକାର ରିପୋର୍ଟକୁ ଅଧ୍ୟୟନ କରି କଣ କରାଗଲେ ଡ୍ରପ ଆଉଟ୍ କମିବ, ସେହି ଅନୁସାରେ ପଦକ୍ଷେପ ନେବେ । ଏହାସହ ସରକାରଙ୍କ ପକ୍ଷରୁ ଏସସି ଏସଟି ଛାତ୍ରଛାତ୍ରୀଙ୍କ ଡ୍ରପ ଆଉଟ୍ କମାଇବା ପାଇଁ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା କରାଯାଇଛି । ତେଣୁ ସରକାର ସରକାରଙ୍କ ପଦକ୍ଷେପ ଯୋଗୁଁ ଚଳିତ ଥର ପ୍ରାଥମିକ ସ୍ତରରେ ଅଧିକ ପିଲା ଆଡ଼ମିଶନ କରିଛନ୍ତି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *