ଜୁନ୍ ୨ ଓ ୩ରେ ପଟିଆ କିଲ୍ଲାରେ ରାଜ୍ୟ କୃଷକ ସମ୍ମିଳନୀ

Spread the love

ଭୁବନେଶ୍ୱର : ପ୍ରଥମଥର ପାଇଁ ଅଖିଳ ଭାରତ କୃଷକ ସଭାର ୨୩ତମ ରାଜ୍ୟ ସମ୍ମିଳନୀ ଆସନ୍ତା ଜୁନ୍ ମାସ ୨ ଓ ୩ ତାରିଖରେ ପଟିଆ କିଲ୍ଲାର ନୂଆବନ୍ତଠାରେ ଥିବା ରାମକୃଷ୍ଣ ପତି ସ୍ମୃତିପୀଠ ପରିସରରେ ଅନୁଷ୍ଠିତ ହେବ । ଏହି ଦୁଇଦିନିଆ ସମ୍ମିଳନୀରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ନିର୍ବାଚିତ ୪୦୦ କୃଷକ ନେତାମାନେ ଯୋଗଦାନ କରିବେ । ଅତୀତରେ କୃଷକମାନେ ଏକତ୍ରିତ ହୋଇ ବନ୍ୟାଦାଉ ଓ ଚାଷ ଜମିକୁ ବାଲିଚରରୁ ରକ୍ଷା କରିବା ପାଇଁ ବାନ୍ଧିଥିଲେ ପଟିଆ ବନ୍ଧ । ଏହା ଥିଲା କୃଷକମାନଙ୍କର କୋଣାର୍କର ପଟିଆବନ୍ଧ । ସେହି ଅତୀତର କୃଷକ ସଂଗଠନକୁ ସମ୍ମାନ, ପ୍ରଣାମ କରିବା ପାଇଁ ପ୍ରଥମଥର ରାଜ୍ୟ କୃଷକ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି । ସମଗ୍ର ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ନିର୍ବାଚିତ ୪୦୦ କୃଷକ ନେତାମାନେ ସମ୍ମିଳନୀରେ ଯୋଗଦାନ କରିବେ । ରହିବା ଓ ଖାଇବାର ସୁବ୍ୟବସ୍ଥା କରାଯାଉଛି । ଅଭ୍ୟର୍ଥନା କମିଟିରେ ପୃଷ୍ଠପୋଷକ ବିଧାୟକ ସୁଶାନ୍ତ କୁମାର ରାଉତ, ଆଶିଷ କାନୁନଗୋ, ଶଶିଭୂଷଣ ସ୍ୱାଇଁ ଅନ୍ୟମାନେ ସ୍ଥାନ ପାଇଛନ୍ତି ।

ବୁଧବାର ଦିନ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ଅଭୟ ବଡ଼ଜେନା, କୃଷକନେତା ଶଶିଭୂଷଣ ସ୍ୱାଇଁ, ଆଶିଷ କାନୁନଗୋ, ନାରୀନେତ୍ରୀ ରାଣୀ ସ୍ୱାଇଁ, କ୍ଷୀରୋଦ ସିଂଦେଓ ଓ ସମ୍ପାଦକ ନୃସିଂହ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *