ବଲାଙ୍ଗିର : ପାଟଣଗଡ ବ୍ଲକ ଭରତବାହାଲ ପଞ୍ଚାୟତ ମୁଦଲସର ଗାଁରେ ଆଜି ସକାଳେ ଏକ ଅଦ୍ଭୁତ ମୃତ ଶିଶୁପୁତ୍ର ଜନ୍ମ ଗ୍ରହଣ କରିଛି । ଶିଶୁପୁତ୍ରର ୨ଟି ମୁଣ୍ଡ ସହ ୩ ଗୋଟି ଗୋଡଥିବା ଦେଖିବାକୁ ମିଲିଛି ।
ସୂଚନା ଅନୁସାରେ, ମୁଦଲସର ଗାଁର ଅମର ଦୀପଙ୍କ ଝିଅ ବନବାସୀ ଆଜିକୁ ୩ ବର୍ଷ ପୂର୍ବେ ସଦର ଥାନା ବେହେରାପାଲି ଗାଁର ବଶିଷ୍ଟ ବାଗଙ୍କୁ ପ୍ରେମ୍ ବିବାହ କରିଥିଲେ । ବନବାସୀଙ୍କ ଔରସରୁ ଜନ୍ମିତ ଏକ ଦୁଇ ବର୍ଷର ଶିଶୁ କନ୍ୟା ଥିବାବେଳେ ଆଜି ସକାଳ ୯ ଟା ସମୟରେ ବନବାସୀଙ୍କ ଅଚାନକ ପ୍ରସବ ଯନ୍ତ୍ରଣା ହୋଇଥିଲା । ପରିବାରବର୍ଗ ବନବାସୀକୁ ନିକଟସ୍ଥ ଘସିଏନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେବାକୁ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ । ଆମ୍ବୁଲାନ୍ସ ଆସିବା ପୂର୍ବରୁ ବନବାସୀ ଏକ ୨ଟି ମୁଣ୍ଡ ସହ ୩ ଗୋଟି ଗୋଡଥିବା ଏକ ୭ ମାସର ମୃତ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ । ପରିବାରବର୍ଗ ଶିଶୁ ପୁତ୍ରକୁ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିବା ବେଳେ ଜନ୍ମିତ ଶିଶୁ ପୁତ୍ରର ମାଙ୍କୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାକୁ ନେଇଥିଲେ । ପ୍ରାଥମିକ ଚିକିତ୍ସା ପରେ ମୃତ ଶିଶୁ ପୁତ୍ରର ମା ସୁସ୍ଥଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡିଛି । ତେବେ ଶିଶୁ ପୁତ୍ରଟି ଏପରି ହୋଇଥିବା ପଛରେ ଜନ୍ମଗତ କିମ୍ବା ଗର୍ଭାବସ୍ଥାରେ ମା ଖାଉଥିବା ଔଷଧର ପ୍ରଭାବରୁ ମଧ୍ୟ ଏପରି ହୋଇ ଥାଇପାରେ ବୋଲି ଅବସରପ୍ରାପ୍ତ ଏସଡିଏମଓ ଡ.ଭିମସେନ ମେହେର ପ୍ରକାଶ କରିଛନ୍ତି।

Naxatra News is now on Whatsapp
Join and get latest news update delivered to you via whatsapp
Join Now